ଭାରତୀୟ କିସାନ ସଂଘର ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହେଲେ ଟିକ୍ରାପଡ଼ାର ମୋହନ ନାଏକ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡ଼ା ଗାଁର ମୋହନ ନାଏକ ଭାରତର ଅଗ୍ରଣୀ ଚାଷୀ ସଂଗଠନ ‘ଭାରତୀୟ କିଷାନ ସଂଘ’ର ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି | ସମ୍ବଲପୁରର ଧନୁପାଲି ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହେଉଥିବା ଦୁଇ ଦିନିଆ ରାଜ୍ୟସ୍ତରୀୟ ଅଧିବେଶନର ସୋମବାର ପ୍ରଥମ ଦିବସରେ ମୋହନଙ୍କୁ ଉକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଘୋଷଣା କରାଯାଇଛି | ଉକ୍ତ ଅଧିବେଶନ ଆସନ୍ତାକାଲି ମଙ୍ଗଳବାର ଅପରାହ୍ନ ଯାଏ ଚାଲିବ | କିସାନ ସଂଘର ରାଜ୍ୟ ସଭାପତି ଶ୍ରୀମୁଖ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଅଖିଳ ଭାରତୀୟ ସ୍ତରୀୟ ଅଧିକାରୀ ମୋହିନୀମୋହନ ମିଶ୍ରଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇ ମାର୍ଗଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି | ଏହି ଖବର ପ୍ରଚାରିତ ହେବାପରେ ଅଞ୍ଚଳର ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.