ଦାଦନ ଶ୍ରମିକଙ୍କ ଶବ ଆଣିବା ପାଇଁ ଟଙ୍କା ବାଧକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ଦାନା ପାଇଁ ଦାଦନ ଯାଇ ଶବ ପାଲଟିଛି ଆଉ ଜଣେ ନିରୀହ ଯୁବକ। ଗତ କିଛିଦିନ ତଳେ ଦାଦନ ଯାଇ ହାତୀଶାଳ ପଡାର ଦୁଇ ଜଣ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ। ତେବେ ଗତକାଲି ରାତିରେ ବଲାଙ୍ଗୀର ୧୮ ନଂ ୱାର୍ଡ ବିଜାଖମନର ଆଉ ଜଣେ ଶ୍ରମିକ ଝସକେତନ ମାଝୀଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ବୟସ ୨୧ ବର୍ଷ। ଗତ ମାସେ ତଳେ ଖପ୍ରାଖୋଲ ଅଞ୍ଚଳର ଦାଦନ ସର୍ଦ୍ଦାର ପ୍ରରୋଚନାରେ ତାମିଲନାଡ଼ୁ ର ଆଟାପଟୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକଙ୍କ ମା ଇନ୍ଦୁମତୀ ମାଝୀ। ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ ଝସକେତନ। ଗତକିଛି ବର୍ଷ ହେବ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାରରେ ବିଧବା ମା, ନାବାଳକ ଭାଇ ଭଉଣୀ ରହିଛନ୍ତି। ଝସକେତନଙ୍କ ମୃତ୍ୟୁ ପରେ ସମସ୍ତେ ଭାଙ୍ଗି ପଡିଛନ୍ତି। ପୁଅର ମୃତ୍ୟୁ ଖବର ପାଇ ମା ଇନ୍ଦୁମତୀଙ୍କ ଆଖିରୁ ଲୁହ ସୁଖୁନାହିଁ। ଟାଉନ୍ ଥାନା ପୋଲିସ ପହଞ୍ଚି ପଚରାଉଚୁରା ଆରମ୍ଭ କରିଛି। ଗତକିଛି ମାସ ହେଲା ପାଟଣାଗଡ଼, ଖପ୍ରାଖୋଲ ଓ ବଲାଙ୍ଗୀର ସହରର ପାଖାପାଖି ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀରକୁ ପୁଣି ଫେରିବ ଦାଦନ ଶବ।୧୮ନମ୍ବର ୱାର୍ଡ ବିଜାଖମନର ୨୧ ବର୍ଷୀୟ ଝସକେତନ ମାଝୀଙ୍କୁ ତାମିଲନାଡୁରେ ହତ୍ୟା ଅଭିଯୋଗ ହୋଇଛି। ଗତ ମାସେ ତଲେ ଝସକେତନ ସ୍ଥାନୀୟ ସର୍ଦାର ସହିତ ତାମିଲନାଡୁର ଆଥିପେଟ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଥିବା ନେଇ ସର୍ଦାର ଖବର ଦେଇଛି। ଝସକେତନକୁ ସେଠାରେ ମାରିଦେଇଥିବା ବିଧବା ମାଁ ଅଭିଯୋଗ କରିଛନ୍ତି। ଶବ ଆଣିବା ପାଇଁ ଗରିବ ଆଦିବାସୀ ପରିବାର ପାଖରେ ଟଙ୍କା ନାହିଁ ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ପରିବାର ଲୋକେ। ତେଣୁ ସାହଯ୍ୟ କରିବା ପାଇଁ ସରକାର ଙ୍କୁ ଅନୁରୋଧ କରିଛନ୍ତି ଝସକେତନ୍ ଙ୍କ ବିଧବା ମା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.