ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କୁ ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଆଜି ଖଡ଼ିଆଳ ସ୍ଥିତ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକ ସଭାଗୃହ(ଅଡିଟରିୟମ୍) ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ଶିକ୍ଷା, ସଂସ୍କୃତି ଓ ଯୁବବ୍ୟାପାରମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦଘାଟକ ଭାବରେ ଯୋଗ ଦେଇଥିବାବେଲେ, ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ, ପ୍ରାକ୍ତନ ଲୋକ ସଭା ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସ୍ତାବ ସହିତ ଆଉ ଏକ ପ୍ରସ୍ତାବର ପ୍ରସଂଗ ଥିଲା ଯାହା ପଶ୍ଚିମ ଓଡ଼ିଶାର ପ୍ରଚଳିତ ଭାଷା କୋଶଲିକୁ ସରକାରୀ ମାନ୍ୟତା ଦେବା ଓ ପାଠ୍ୟଖସଡ଼ାରେ ସ୍ଥାନିତ କରିବା । ଏହାକୁ ଭିତ୍ତିକରି ପଶ୍ଚିମ ଓଡ଼ିଶାର ଭାଷା ଓ ସାହିତ୍ୟ ପାଇଁ କାର୍ଯ୍ୟରତଥିବା ‘ସୁଂଦର-ଅର୍ଜୁନ କୋଶଲୀ ସାହିତ୍ୟ ସଂସଦ, କୋଶଲ’ର ସଦସ୍ୟ ତଥା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ରମାକାନ୍ତ ସିଂହ ସାହାଣୀ ତଥା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା l ମାନ୍ୟବର ମନ୍ତ୍ରୀ କୋଶଲୀ ଭାଷାକୁ ସ୍ୱୀକୃତି ପ୍ରଦାନ କରିବା ଓ ଶିକ୍ଷାନୁଷ୍ଠାନରେ ପ୍ରଚଳନ କରିବାର ଯୋଜନା ସରକାର ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଶିଷ୍ଟ କୋଶଲି କବି ତଥା “କୁରେ ପତର” ପତ୍ରିକାର ମୁଖ୍ୟ ସଂପାଦକ ବ୍ରଜମୋହନ ମେହେରଙ୍କର ‘ମାଟିର ସୋର’ କୁଳମଣି ସିଂହଙ୍କ ‘ଯମକ ମଞ୍ଜରୀ’ ଏବଂ କୋଶଲି ପତ୍ରିକା ‘କୁରେ ପତର’ ଶ୍ରୀ ସାହାଣୀ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟାବଂଶୀ ସୁରଜଙ୍କୁ ସ୍ମୃତି ସ୍ମାରକୀ ପ୍ରଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.