ମହାଶକ୍ତି ଫାଉଣ୍ଡେସନରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ମ.ରାମପୁର (ବୁରାଟ) ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ତତ୍ବାବଧାନ ଓ ସଂଯୋଜନା ରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ଏବଂ ଧୂପ ଦୀପ ପ୍ରଜ୍ବଳନ ପରେ ୭୬ ତମ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଅତିଥି। ଉପସ୍ଥିତ କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କୁ ଉଦବୋଧନ ଦେବା ସହିତ ଦିବସ ର ତାତ୍ପର୍ଯ୍ୟ ବିଷୟ ରେ ଉପସ୍ଥାପନ କରିଥିଲେ। ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ଅନୁଷ୍ଠାନ ର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ସହିତ ଲୋକ ମାନଙ୍କ ବିକାଶ ତଥା ଅଞ୍ଚଳ ର ସାମଗ୍ରିକ ଉନ୍ନୟନ ପାଇଁ ନିଜ ନିଜ ଦାୟିତ୍ୱ କୁ ସୁଚାରୁ ଭାବେ ପାଳନ କରିବା ସହିତ ଭାରତ ମାତା ର ସୁଯୋଗ୍ୟ ସନ୍ତାନ ହେବା ପାଇଁ ବ୍ରତୀ ହେବା ବିଷୟରେ କହିଥିଲେ। ଅନୁଷ୍ଠାନ ର ବ୍ଲକ ସଂଯୋଜିକା ସୁଶ୍ରୀ ଭାଗ୍ୟଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶାଖା ପରିଚାଳକ ପ୍ରମୋଦ କୁମାର ମୁଗ୍ରି, ଗୁଣବନ୍ତ ବାରିକ, ମାମିତା ପୁଝାରୀ, ଉତ୍କଳ ମଣି ଛତ୍ରିଆ, ଆଶିଷ ରଣା ଓ ବଂଶୀ ରଣା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.