ଫକୀରମୋହନ ସାହିତ୍ୟ ପରିଷଦ ପାଳନ କଲା ଶ୍ରୀଧର ସ୍ୱାମୀଙ୍କ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ପ୍ରଥମ ଓଡିଆ ଶଙ୍କରାଚାର୍ଯ୍ୟ, ବିଶ୍ୱ ପ୍ରସିଦ୍ଧ ଟୀକାକାର ଜଗଦଗୁରୁ ଶ୍ରୀଧର ସ୍ବାମୀଙ୍କ ଜୟନ୍ତୀ ଉତ୍ସବ ଶ୍ରୀଧର ସ୍ୱାମୀ ସ୍ମୃତି ପରିଷଦ,ବାଲେଶ୍ବର ଓ ଫକୀର ମୋହନ ସାହିତ୍ୟ ପରିଷଦ ବାଲେଶ୍ବରର ମିଳିତ ଆନୁକୂଲ୍ୟରେ କବିତୀର୍ଥ ଶାନ୍ତି କାନନ ଠାରେ ୪ ଫେବ୍ରୁଆରୀ ମାଘ ସପ୍ତମୀର ପବିତ୍ର ଦିବସରେ ପାଳିତ ହୋଇଯାଇଛି।

ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ବୈଠକରେ ମୁଖ୍ୟବକ୍ତା ରୂପେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରଫେସର ସୁବାସ ଚନ୍ଦ୍ର ଦାଶ, ରାମଚନ୍ଦ୍ର ସଂସ୍କୃତ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ସଞ୍ଜୟ ପଣ୍ଡା ବକ୍ତା ରୂପେ ଯୋଗ ଦେଇଥିଲେ।

ଆଧ୍ୟାତ୍ମିକ ପରମ୍ପରାରେ ଶ୍ରୀଧର ସ୍ୱାମୀଙ୍କର ଭାରତର ବିଭିନ୍ନ ପ୍ରାନ୍ତରରେ ବିଶେଷକରି ବନାରସ, କାଶୀ, ମଥୁରା, ବୃନ୍ଦାବନ,ଆସାମ, ନଦିଆ ନବଦ୍ଵୀପରେ ତାଙ୍କର ଭାବାର୍ଥ ଦୀପିକା ଟୀକା,ସୁବୋଧିନୀ ଟୀକା,ବାଳ ବୋଧିନୀ ଟୀକା, ବ୍ରହ୍ମ ସୁବୋଧିନୀ ଟୀକା, ବିଷ୍ଣୁ ପୁରାଣ ପ୍ରଭୃତି କିପରି ତତ୍କାଳୀନ ଆଧ୍ୟାତ୍ମିକ ପରମ୍ପରାରେ ସାଧୁସନ୍ଥ, ଜନମତ ଉପରେ ଗଭୀର ପ୍ରଭାବ ବିସ୍ତାର କରିପାରିଥିଲା ଏବଂ ଶଙ୍କର ଦେବ, ଜଗନ୍ନାଥ ଦାସ, ଶ୍ରୀ ଚୈତନ୍ୟ କିପରି ଭାବରେ ପ୍ରଭାବିତ ହୋଇ ଭାଗବତ ଧର୍ମ ସାଧନ କରିଥିଲେ, ତାର ସବିଶେଷ ତଥ୍ୟ ମୂଳକ ଆଲୋଚନା କରିଥିଲେ। ପରିଷଦର ସମ୍ପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ୍ କଥନ ରଖିଥିଲା ବେଳେ ଯୁଗ୍ମ ସମ୍ପାଦକ ରାଜେଶ ଗିରି ଅତିଥି ମାନଙ୍କୁ ମଞ୍ଚ ଆହ୍ବାନ କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.