ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଆଞ୍ଚଳିକ ସାଧନ କେନ୍ଦ୍ର ରେଙ୍ଗାଲପାଲି ଆନୁକୂଲ୍ୟରେ ମୈଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଶିକ୍ଷଣ ଉପକରଣ ପ୍ରଦର୍ଶନୀ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ କ୍ଳଷ୍ଟର ଅନ୍ତର୍ଗତ ୧୫ ଗୋଟି ଏଫ୍ ଏଲ୍ ଏନ୍ ବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକ ଯୋଗଦେଇ ବିଭିନ୍ନ ଅଭିନବ ସୃଜନାତ୍ମକ ଶିକ୍ଷଣ ଉପକରଣ ପ୍ରଦର୍ଶନ କରିଥିଲେ।ରେଙ୍ଗାଲ ପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବେଦବର ନିଆଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ଜୟପାଟଣା ଜୋନ୍ ୨ ର ଦେବ ପୁଝାରୀ, ଭଇଁରି ପାଲି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରତିନିଧି ଜିତେନ୍ଦ୍ର ମାଝୀ ,ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ, ଭଇଁରି ପାଲି ଉଚ୍ଚ ମାଧ୍ୟମିକ ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପାଣିଗ୍ରାହୀ, ବିଶିଷ୍ଟ ସାମ୍ବାଦିକ ଶରତ ରାଉତ ପ୍ରମୁଖ ଯୋଗଦାନ କରି ନିପୁଣ ଓଡ଼ିଶାର ଲକ୍ଷ୍ୟ ଓ ବୈଶିଷ୍ଟ୍ୟ ସମ୍ପର୍କରେ ଅଭିଭାଷଣ ପୂର୍ବକ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁଚା ଗାଁ ସି ଆର୍ ସି ସି ଅନନ୍ତ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ବିମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.