ଅଧିକ୍ଷଣ ଯନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କ୍ଷୁଦ୍ର ଜଳ ସେଚନ ଓ ଅଣୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଜଗନ୍ନାଥ ମଲ୍ଲିକ ବୁଧବାର କୋକସରା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ସହକାରୀ ଯନ୍ତ୍ରୀ ବଣ୍ଟି ବାଗ, କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ଦାସ, ୱାର୍କ ସର୍କାର ସୁରେଶ ପଣ୍ଡା ପ୍ରମୁଖ ଆମପାଣି ସ୍ଥିତ ପାଙ୍ଗନିମରା ଯୋର, କରକ ଜଳପ୍ରପାତ, କୁସୁମନାଲ, ଅଠରନଳା, ପୋଡାଯୋର, ବେହାରା ନଦୀ, କମଳ ନଦୀ ଆଦି ସ୍ଥାନ ପରିଦର୍ଶନ କରିଛନ୍ତି। ଏବଂ ସ୍ଥାନୀୟ ଅଞ୍ଚଳର ଲୋକେ ମାନଙ୍କ ସହିତ ଆଲୋଚନା କରିବା ସହ କ୍ଷୁଦ୍ର ଜଳ ସେଚନ ଓ ଅଣୁ ବିଭାଗ ଅଧୀନରେ ଆସୁଥିବା ପ୍ରକଳ୍ପ ଗୁଡିକର ପୁନଃ ଉଦ୍ଧାର ଏବଂ ନୂତନ ପ୍ରକଳ୍ପ ତିଆରି ପାଇଁ ଲୋକଙ୍କ ଦାବି ଅନୁସାରେ ବିଭିନ୍ନ ସ୍ଥାନ ବୁଲିବା ସହ ସ୍ଥାନ ନିରୂପଣ କରିଥିଲେ। ଆଗାମୀ ଦିନରେ ଉକ୍ତ ସ୍ଥାନ ଗୁଡ଼ିକରେ ନୂତନ ପ୍ରକଳ୍ପ ନିମନ୍ତେ ପ୍ରସ୍ତାବ ଦିଆଯିବା ନେଇ ସୂଚନା ମିଳିଛି। କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆଦିବାସୀ ନେତା ଋତୁରାଜ ମାଝୀ, ସୁରେଶ ସାହୁ, ଆମପାଣି ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ର, ସମ୍ପାଦକ ତ୍ରିନାଥ ଶବର, ମନୋରଞ୍ଜନ ବାଣୁଆ, ସନ୍ତୋଷ ମାଝୀ, ନିତ୍ୟାନନ୍ଦ ମାଝୀ, ରବିନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମଲ୍ଲିକଙ୍କ ସହ ଆଲୋଚନା କରିବା ସହ ନୂତନ ପ୍ରସ୍ତାବ ଗୁଡିକ ଦେଇଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.