କେନ୍ଦୁପତ୍ର ଡିଭିଜନ ସ୍ତରୀୟ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଟିଟିଲାଗଡ ଡିଭିଜନ ବେଳଗାଁ ରେଞ୍ଜ ଅଧିନସ୍ଥ ପିପୃଟ ଶୈବପୀଠରେ ଟିଟିଲାଗଡ ଡିଭିଜନର ସମସ୍ତ କେନ୍ଦୁପତ୍ର ରେଞ୍ଜ ହେଡ ଚେକର, ସର୍କଲ ଚେକର, ବାଇଣ୍ଡିଙ୍ଗ ଚେକର, ଚେକର, ମୁନସୀ ଓ ଫଡି ସାଥି ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଟିଟିଲାଗଡ ଡିଭିଜନ ଉପଦେଷ୍ଟା ଶୁରେଶ ମହାନନ୍ଦ, ଟିଟିଲାଗଡ ଡିଭିଜନ ସଭାପତି ଛବିଳ ସିଂ ଚିନ୍ଦା, ସଇଁନ୍ତଲା ରେଞ୍ଜ ସଭାପତି ପ୍ରଶାନ୍ତ କୁମାର ମେହେର, ବେଲଗାଁ ହେଡ ଚେକର ଗୋବିନ୍ଦ ପାଣିଗ୍ରାହୀ, ବାଞ୍ଛାନିଧି ପଧାନ, ବସନ୍ତ ବଗର୍ତ୍ତୀ, ବିବେକ ପାତ୍ର ମଞ୍ଚାସିନ ଥିବାବେଲେ ସମସ୍ତ ସିଜିନାଳ କର୍ମଚାରୀଙ୍କ କାର୍ଯ୍ୟଦିବସ ବାର ମାସ ହେବାକୁ ଦାବି କରିବା ସହ ସରକାର ଯଦି ଏ ବିଷୟ ପ୍ରତି ସମାଧାନ ନକଲେ ଆସନ୍ତା ୨୦ ତାରିଖ ଦିନ ଟିଟିଲାଗଡ ଡିଭିଜନର ପ୍ରତ୍ୟେକ ରେଞ୍ଜ ରେ ଗୋଛା କଟା ବନ୍ଦ କରିବା ସହ ଆନ୍ଦୋଳନ କରାଯିବ ବୋଲି ସମସ୍ତେ ଏକ ମତ ହୋଇଥିଲେ। ଟିଟିଲାଗଡ ଡିଭିଜନ ଉପଦେଷ୍ଟା ଶୁରେଶ ମହାନନ୍ଦଙ୍କ ତତ୍ତ୍ଵାବଧାନରେ ଏ ବିଷୟ ପ୍ରତି ମୂଖ୍ଯମନ୍ତ୍ରୀଙ୍କ ମଧ୍ଯ ଏକ ଳିଖିତ ପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଟିଟିଲାଗଡ ଡିଭିଜନର ବହୁ କର୍ମଚାରୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.