ରାମଧୂନ୍ କପ୍ ଫୁଟବଲ୍, ରାଉରକେଲାକୁ ହରାଇ ସେମିରେ ସୋନପୁର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସ୍ଥିତ ଗାନ୍ଧି ଷ୍ଟାଡିୟମରେ ଆୟୋଜିତ ସର୍ବ ଭାରତୀୟ ରାମଧୂନ୍ କପ୍ ଫୁଟବଲ ର ଆଜି ପୁଲ-ବିର ଦ୍ଵିତୀୟ ମ୍ୟାଚ୍ ହୋଇଯାଇଛି। ସୋନପୁର ରାମଧୁନ କ୍ଳବ ଏବଂ ରାଉରକେଲା ରେଡ ଦଳ ମଧ୍ୟରେ ହୋଇଥିଲା। ମ୍ୟାଚଟି ବେଶ ସଂଘର୍ଷ ପୂର୍ଣ୍ଣ ଥିବାବେଳେ ସୋନପୁର ରାମଧୁନ କ୍ଳବ ଟ୍ରାଇ ବ୍ରେକର ଜରିଆରେ ରାଉରକେଲା ରେଡ୍ ଦଳକୁ ୪-୩ ଗୋଲରେ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଆଜି ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିରଞ୍ଜନ ଦାଶ, ଜିଲ୍ଲା କ୍ରିଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ସମାଜିକ କର୍ମୀ ସୁବଳ ସାହୁ, ପିଇଟି ରାମକୁମାର ସାହୁ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ଦୀପକ କୁମାର ମହାପାତ୍ର, ସମ୍ପାଦକ ସୁଦର୍ଶନ ପଣ୍ଡା, ପୌରପରିଷଦ କାଉନସିଲର ଗଙ୍ଗାଧର ତରିଆ, ସୁକାନ୍ତ ସାହୁ, ପି.ରାଜକିଶୋର ରାଓ, ଭାଗୀରଥ୍ ମିଶ୍ର, କୁମୁଦ ରଞ୍ଜନ ମେହେର, ସମାଜିକ କର୍ମୀ ନିଶାନ୍ତ ମହାନ୍ତି, ମାଧବ ମହଲା, ଗୋବିନ୍ଦଦାସ ତରିଆ, ପଦ୍ମନାଭ ଧରୁଆ, ରିଆଜ ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ସୋନପୁର ଦଳର ସୁନୀଲ ବାଘଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ଜିତେନ୍ଦ୍ର ଥନାପତି ମୁଖ୍ୟ ରେଫରି, ସଂଜୀବ ସାହୁ, ସୁଜିତ ରାଜହଂସ, ସଂଜନ କୁଦେଇ ଫୋର୍ଥ ଅଫିସିଆଲ ଦାୟିତ୍ଵ ତୁଲାଇଥିଲେ। ଦିଗାମ୍ବର ଶତପଥୀ ଏବଂ ମନୋରଞ୍ଜନ ତ୍ରିପାଠୀ ଧାରା ବିବରଣୀ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.