ଜିଲ୍ଲା ପୋଲିସ ତରଫରୁ ଚୋରୀ ମୋବାଇଲ ଫେରସ୍ତ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ସମୟରେ ଚୋରୀ ହୋଇଯାଇଥିବା ମୋବାଇଲ କୁ ଜବତ କରିଛି ରାୟଗଡା ପୋଲିସ । ସାଇବର୍ ସେଲ୍ ର ସହାୟତା ନେଇ ପୁଲିସ ଶହେ ଏଗାର ଟି ନାମିଦାମୀ ଫୋନ୍ କୁ ଜବତ କରିବା ସହିତ ଉକ୍ତ ମୋବାଇଲ ଫୋନ ଗୁଡିକ ମୋବାଇଲ ଫେରସ୍ତ ମେଳା ଜରିଆରେ ମୋବାଇଲ ହଜିଥିବା ବ୍ୟକ୍ତି ମାନଙ୍କୁ ଫେରସ୍ତ କରିଛି ପୋଲିସ । ଆଜି ରାୟଗଡା ଏସପି ରାଜ ପ୍ରସାଦ ଙ୍କ ଉପସ୍ଥିତିରେ ସବୁ ମୋବାଇଲ କୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି । ରାୟଗଡା ଜିଲ୍ଲାର ପାଖାପାଖି ୧୧ ଟି ଥାନା ଅଞ୍ଚଳରୁ ୧୧୧ଟି ମୋବାଇଲକୁ ଚାରି ମାସ ମଧ୍ଯରେ ଜବତ କରିଛି ପୋଲିସ । ଏନେଇ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା । ସାଇବର୍ ସେଲ୍ ଦ୍ବାରା ବିଭିନ୍ନ ନମ୍ବରକୁ ଟ୍ର|କ୍ କରି ଏହି ସବୁ ମୋବାଇଲ ଜବତ ହୋଇଥିବା ଏସପି ସୂଚନା ଦେଇଛନ୍ତି । ପୂର୍ବରୁ ମୋବାଇଲ ହଜିଥିବା ନେଇ ଲୋକେ ବିଭିନ୍ନ ଥାନାରେ ଏତଲା ଦେଇଥିଲେ । ତେବେ ଏହି ଘଟଣାରେ ପୁଲିସ କାହାକୁ ଗିରଫ୍ କରିନଥିବା ସମୟରେ ଆଗକୁ ଚଢଉ ଅଭିଯାନକୁ ଜୋରଦାର କରାଯିବ ବୋଲି ରାୟଗଡା ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.