ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ମୃତ ମହିଳାଙ୍କ ମାଆ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର କୁମାର ମିଶ୍ର): ରବିବାର ସକାଳୁ ସକାଳୁ କଲମପୁର ଲଙ୍କେଶ୍ଵରୀ ମନ୍ଦିର ସମ୍ମୁଖରେ ଥ‌ିବା ଏକ ଘର ଭିତରେ ଜଣେ ପ୍ରାୟ ୨୩ ବର୍ଷିୟ ବିବାହିତା ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥ‌ିବା ପ୍ରଚାର ହେଇଥୁଲା। ଉକ୍ତ ମହିଳା ଜଣକ କଲମପୁର ତଲପଡାର ପ୍ରତୀକ ନିମ୍ନଲିଆ ଙ୍କ ପତ୍ନୀ ଦୀପାଞ୍ଜଳୀ ନିମ୍ନଲିଆ ବୋଲି ସୂଚନା ମିଳିଥିଲା । ଏନେଇ ଜୁନାଗଡ ଥାନା ତୁଲସୀପାଲି ବରଗାଁ ଠାରେ ଥିବା ମୃତ ମହିଳାଙ୍କ ପରିବାର ସୂଚନା ପାଇଥିଲେ I ତୁରନ୍ତ ପରିବାର ଲୋକ ଘଟଣାସ୍ଥଳରେ ପହଂଚି କଲମପୁର ଥାନାରେ ନିଜ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ମୃତ ମହିଳାଙ୍କ ମାଆ ପଙ୍କଜିନୀ ପୁଝାରୀ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତି କରି କଲମପୁର ପୁଲିସ ଥାନା କେସ ନଂ ୧୫୫/୨୬ରେ ମାମଲା ରୁଜୁ କରି ଥାନା ଅଧୂକାରୀ ସୁନିଲ କୋଣ୍ଡାଗୋରୀ ଘଟଣାର ପ୍ରାଥମିକ ତଦନ୍ତ କରିଥିଲେ । ଏହାପରେ ଘଟଣାର ଅଧୂକ ତଦନ୍ତ ପାଇଁ ଜିଲ୍ଲା ସାଇନଟିଫିକ ଟିମ୍ ର ସହାୟତା ନେଇଥିଲେ । ସାଇନଟିପିକ୍ ଟିମ୍ ଅଧୁକାରୀ ପୁଷ୍ପାଞ୍ଜଳୀ ତାଣ୍ଡିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଘଟଣାସୁଳରେ ପହଂଚି ଘଟଣାର ତଦତ୍ତ କରିଥିଲେ । ଏହାପରେ ମାଜିଷ୍ଟ୍ରେଟ ଦାଇତ୍ବରେ ଥ‌ିବା ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ଷଢଙ୍ଗୀଙ୍କ ଉପସ୍ଥିତିରେ ଶବକୁ ବାହାର କରାଯାଇ ପଂଚନାମା କରାଯାଇଥିଲା । ଏହାସହ ମୃତ ଦେହର ଅଧିକ ପରୀକ୍ଷା ଆବଶ୍ୟକ ହେତୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.