ଶ୍ରେଣୀକକ୍ଷର ମାନ ଓ ଗୁଣବତ୍ତା ପୁସ୍ତକ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାପରିଷଦ ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦଙ୍କ ଲିଖିତ ପୁସ୍ତକ ଶ୍ରେଣୀକକ୍ଷର ମାନ ଓ ଗୁଣବତ୍ତା ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି , ପଦ୍ମଶ୍ରୀ ଡ ମହେନ୍ଦ୍ର କୁମାର ମିଶ୍ର ଓ ଡ. ବାସୁଦେବ ସୁନାନୀ ବିଶିଷ୍ଟ ଅତିଥି ତଥା ସାହିତ୍ୟିକ ଉମାଶଙ୍କର କର, ଡ. ଉମେଶ ଚନ୍ଦ୍ର ଶତପଥୀ, ପରମେଶ୍ୱର ମୁଣ୍ଡ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ, ଶୁଭଲକ୍ଷ୍ମୀ ନାୟକ ଓ ଶ୍ରୀକାନ୍ତ ଜାନୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ବିଶ୍ଵମୁକ୍ତି, ଭୁବନେଶ୍ୱର ପ୍ରକାଶକ ସୁଧୀର ମଉଡ଼ମଣି ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି ଉତ୍ସବରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସାଧନ ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ଥାନୀୟ ପ୍ରଧାନଶିକ୍ଷକ/ ଶିକ୍ଷୟିତ୍ରୀ ଓ ଶିକ୍ଷାବିତ୍ ଉପସ୍ଥିତ ଥିଲେ। ଏହି ପୁସ୍ତକରେ ସ୍ଥାୟୀ ବିକାଶ ଲକ୍ଷ୍ୟ-୪, ଜାତୀୟ ଶିକ୍ଷା ନୀତି-୨୦୨୦, ଶିକ୍ଷା ୪.୦, ଶିକ୍ଷକ-ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷା ଅଧିକାରୀ, ପିତାମାତା-ଅଭିଭାବକ, ଶିକ୍ଷା ନବୀଶମାନଙ୍କ ଭୂମିକା ଓ ଦାୟିତ୍ୱ, ଶିକ୍ଷାର ବିଭିନ୍ନ ଅନ୍ତର୍ଜାତୀୟ, ଜାତୀୟ ଓ ରାଜ୍ୟ ମାନକ ଓ ଢାଞ୍ଚା ଆଧାରରେ ଶ୍ରେଣୀକକ୍ଷର କିପରି ମାନ ଓ ଗୁଣବତ୍ତା ବୃଦ୍ଧି କରାଯାଇ ପାରିବ ତାହା ସହଜ ଓ ସରଳ ଭାଷାରେ ଉପସ୍ଥାପନା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.