ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଝିଟକି ଗାଁରେ ଦେଖାଦେଇଛି ବାଘ ଆତଙ୍କ l ଗତ କାଲି ସନ୍ଧ୍ୟାରେ ଗାଁ ନିକଟ ଜଙ୍ଗଳରୁ ବାଘ ବୁଲୁ ଥିବା ଲୋକେ ଦେଖିଥିଲେ l କିନ୍ତୁ ରାତି ପ୍ରାୟ ୧ରୁ ୨ଟା ମଧ୍ୟରେ ସେହି କଲରାପତରିଆ ବାଘ ଜଣକଙ୍କ ଘରେ ପଶି ଯାଇ ଥିଲା l ବାଘ ୬ ଜଣଙ୍କୁ ଆକ୍ରମଣ କରିଥିବା ସୂଚନା ରହିଛି l ସମସ୍ତ ଆହତମାନଙ୍କୁ ଗାଁ ଲୋକେ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତର ଖାନାରେ ଭର୍ତ୍ତି କରି ଥିଲେ l ୪ ଜଣଙ୍କୁ ମହାସମୁନ୍ଦ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ୨ ଅତି ଗୁରୁତରଙ୍କୁ ରାୟପୁର ସ୍ଥାନାନ୍ତର କରା ଯାଇଛି l ବାଘକୁ ଉଦ୍ଧାର କରିବା ପାଇଁ ରାୟପୁରରୁ ଏକ ଉଦ୍ଧାରକାରୀ ଦଳ ପହଂଚିଛନ୍ତି l





