ପୋଢ଼ବଳି ସହ ଉଦଯାପିତ ହେଲା ନିୟମରଜା ପରବ: ନିୟମଗିରି ପାହାଡ଼ ସୁରକ୍ଷା ପାଇଁ ଆଦିବାସୀଙ୍କ ବଜ୍ରଶପଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାନ୍ତ ନିୟମଗିରି ପର୍ବତ ଶିଖରରେ ଅନୁଷ୍ଠିତ ଡଙ୍ଗରିଆ କନ୍ଧଙ୍କ ନିୟମରଜା ପରବ ପୋଢ଼ବଳି ସହ ଉଦଯାପିତ ହୋଇଯାଇଛି।ଏଥିରେ ଜିଲ୍ଲା ଏବଂ ରାଜ୍ୟ ବାହାରୁ ହଜାର ହଜାର ମହିଳା ଓ ପୁରୁଷଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ନିୟମଗିରି ସ୍ଥିତ ୧୧୨ରୁ ଉର୍ଦ୍ଧ ଗ୍ରାମର ଝରଣିଆ ଓ ଡ଼ଙ୍ଗରିଆ ଆଦିବାସୀ ସମେତ ବିଭିନ୍ନ ସଂଗଠନ ଏହି ପର୍ବରେ ସମବେଶ ହୋଇ ରକ୍ତ ଚାଉଳ ଧରି ମରିବୁ ପଛେ ଛାଡ଼ିବୁ ନାହିଁ ନିୟମଗିରି ପାହାଡକୁ ସୁରକ୍ଷା ଦେବା ଆମ ଦାୟିତ୍ୱ କୌଣସି ପ୍ରକାରେ ଧ୍ୱଂସ ହେବାକୁ ଦିଆଯିବ ନାହିଁ ବୋଲି ବଜ୍ରଶପଥ ନେଇଥିଲେ ଆଦିବାସୀ ମାନେ। ପରମ୍ପରା କ୍ରମେ ଏହି ପର୍ବକୁ ପ୍ରତି ବର୍ଷ ଫେବୃୟାରୀ ୨୧ ତାରିଖରୁ ୨୩ ତାରିଖ ୩ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ଏହି ପର୍ବରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବେଶବୁସାରେ ସଜିତ ହୋଇ ସେମାନେ ସକାଲୁ ପୋଡ଼ବଳି ସମେତ ବୋଦା,ପାରା,କୁକୁଡ଼ା ବଳି ଦେଇ ଦେବତାଙ୍କୁ ଆବାହନ କରିଥିଲେ। ଏଥିରେ ପୂର୍ବରୁ ଶୁଭଖମ୍ବ ପାଖରେ ବାଉଁଶ ପାତିଆ କୂଲାରେ ମନ୍ତୁରା ଚାଉଳରେ ବନ୍ଦାପନା କରିବାପରେ ଆଦିବାସୀ ତଥା ଡ଼ଙ୍ଗରିଆ ଓ ଝରଣିଆ କନ୍ଧ ଯୁବକମାନେ ଟାଙ୍ଗୀ,ଟାଙ୍ଗିଆ ଧରି ନୃତ୍ୟ କରିଥିଲେ।ସ୍ଥାନୀୟ ଆଦିବାସୀଙ୍କ ମତାମତକୁ ଉପେକ୍ଷା କରି ପରିବେଶକୁ ବିପର୍ଯ୍ୟସ୍ତ ମୁହଁକୁ ଠେଲି ଦେଇ ସରକାର ଏହାକୁ ବହୁ ରାଷ୍ଟ୍ରୀୟ କମ୍ପାନୀ ହାତକୁ ଟେକି ଦେଇଛନ୍ତି। ତେବେ ଏଠାରେ ଖଣି ଖୋଲା ଗଲେ ଶହଶହ ଆଦିବାସୀ ଡ଼ଙ୍ଗରିଆଙ୍କ ଜୀବନ ଜୀବିକା ବିପନ୍ନ ହୋଇ ପଡିବ ତେଣୁ ସମସ୍ତେ ଏକଜୁଟ ହୋଇ ଆନ୍ଦୋଳନକୁ ଓଲ୍ଲାଇବାକୁ ପଡିବ ନଚେତ ଆମ ଜଳ,ଜମି,ଜଙ୍ଗଲକୁ ସରକାର ବହୁ ରାଷ୍ଟୀୟ କମ୍ପାନୀ ହାତରେ ଟେକି ଦେବ ବୋଲି ଉପସ୍ଥିତ ଆନ୍ଦୋଳନ କାରି ମାନେ ଏହି ପର୍ବ ଅବସରରେ ଆହ୍ବାନ ଦେଇ ଯେ କୌଣସି ମୂଲ୍ୟ ନିୟମଗିରୀକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ବୋଲି ମତ ଦେଇଥିଲେ। ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା,ଦଧି ପୁଷିକା, ଭୁବନେଶ୍ବର ମିଥ୍ୟା ମକଦ୍ଦମା ବିରୋଧି ଅଭିଯାନରୁ ନରେନ୍ଦ୍ର ମହାନ୍ତି, ସିପିଆଇ ସଂଜୟ ସୁନାମୀ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଟଙ୍କଧର ଧାରୁଆ,ଖଣ୍ଡୁଆଲ ମାଳି ସୁରକ୍ଷା ସମିତି ସଭାପତି ବ୍ରିଟିଶ କୁମାର,ଦାସରୁ କାଡ୍ରାକା,ଲେଲିନ କୁମାର, ଥୁଆମୂଳ ରାମପୁରରୁ ବିରବଜରଙ୍ଗ ଚାରୁ, ମୁଜୁମଦାର ନାଏକ ପ୍ରମୁଖ ନେତୃତ୍ୱ ନେଇଁ ଥିବା ବେଳେ ସଂଗ୍ରାମୀ ନେତାର ସମସ୍ତ କର୍ମକର୍ତ୍ତା ଉତ୍ସବରେ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.