ଶିଶାଖାଲ ଠାରେ ବିଶ୍ବ ଶାନ୍ତି ୧୬ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ  ଯୋରାଡ଼ବରା ପଞ୍ଚାୟତ ଅନ୍ତର୍ଗତ ଶିଶାଖାଲ ଗ୍ରାମରେ ବିଶ୍ବ ଶାନ୍ତି ଷୋହଳ ପ୍ରହର ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ୧୮ ତାରିଖ ଦିନ ଅଧିବାସ ଓ ଗଙ୍ଗାବରଣ କରାଯାଇଥିଲା। ୧୯ ତାରିଖରେ ନାମାରମ୍ଭ ହୋଇଥିଲା। ୧୯ ଓ ୨୦ ତାରିଖ ଦୁଇଦିନ ଧରି କ୍ରମାଗତ ଭାବେ ନାମ ଗାୟନ ଚାଲି ୨୧ତାରିଖ ଦିନ ୮ଘଣ୍ଟ ୩୦ ମିନିଟରେ ପୂର୍ଣ୍ଣାହୁତି ସହ ଏହି ନାମ ଯଜ୍ଞ ସମାପିତ ହୋଇଥିଲା। ଯଜ୍ଞରେ କର୍ତ୍ତା ଭାବରେ ତ୍ରିଲୋଚନ ସାହୁ ଓ ତାଙ୍କ ସ୍ତ୍ରୀ କୁନ୍ତଲା ସାହୁ ଦାଇତ୍ୱ ନିର୍ବାହ କରିଥିଲେ। ସପ୍ତ ରୁଷି ଭାବରେ କମ୍ବୁପାଣି ସାହୁ, ଜଗବନ୍ଧୁ ସାହୁ, ଝଶକେତନ ସାହୁ, ଅଚ୍ୟୁତ ସାହୁ, ଭିକାରି ସାହୁ, ହିମାନ୍ଧି ସାହୁ, ଦୁର୍ବେଶ ଭୋଇ ରହି ପ୍ରତେକ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ। ପୂଜକ ଭାବରେ ହରେ କୃଷ୍ଣ ତ୍ରିପାଠୀ ଓ ଜପକ ଭାବରେ ରାଧେକୃଷ୍ଣ ତ୍ରିପାଠୀ ପୂଜା କାର୍ଯ୍ୟ ସଂପାଦନ କରିଥିଲେ। ଏହି ନାମ ଯଜ୍ଞରେ ୧୨ ଗୋଟି ସଂକିର୍ତ୍ତନ୍ୟ ଦଳ ଅଂଶ ଗ୍ରହଣ କରି ନାମ ଗାନ କରିଥିଲେ। ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ନାମ ଯଜ୍ଞ ଦେଖିବାକୁ ପ୍ରବଳ ଜନସମାଗମ ଲାଗି ରହିଥିଲା। ଗ୍ରାମବାସୀଙ୍କ ସହଯୋଗରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସଫଳତାର ସହ ସଂପନ୍ନ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.