ଚଲକିରେ କୃଷକ ଉତ୍ପାଦକ କମ୍ପାନୀର ବ୍ଲକ ସ୍ତରୀୟ ସଚେତନତା ସଭା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ଚଲକି ଛକ ସ୍ଥିତ ଗିରି ଗୋବର୍ଦ୍ଧନ ମନ୍ଦିର ପ୍ରାଙ୍ଗଣରେ ମୁରିବାହାଲର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ଆନୁକୂଲ୍ୟରେ ତଥା ଭାରତ ସରକାର, ନାବାର୍ଡ ସହାୟତାରେ ବ୍ଲକସ୍ତରୀୟ ସମନ୍ୱୟ ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି | ନାବାର୍ଡର ଡିଡ଼ିଏମ ବିବେକ ନାଏକ, ସହକାରୀ ଉଦ୍ୟାନକୃଷି ଅଧିକାରୀ ମନବୋଧ ମାଝୀ, ମିଶନ ଶକ୍ତି ବିପିଏମ ଗୋପାଳକୃଷ୍ଣ ଦୀପ, ଗ୍ରାମ୍ୟ କୃଷି କର୍ମଚାରୀ ଜିତେନ୍ଦ୍ର ମେହେର, ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷିକେଶ ସାହୁ, ଜିଲ୍ଲା ସଂଯୋଜକ ପ୍ରଣବ କୁମାର ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଦେଇଥିଲେ | କୃଷକ ଉତ୍ପାଦକ ସଙ୍ଘର ସୁଦୃଢ଼ୀକରଣ, ସେଆର ହୋଲଡ଼ରଙ୍କ ଆର୍ଥିକ ଉନ୍ନତି, ସରକାରୀ ସହାୟତା ଓ ପ୍ରୋତ୍ସାହନ ଆଦି ବିଷୟରେ ବକ୍ତାଗଣ ବୁଝାଇଥିଲେ | ଏଫପିସିର ଏମଡ଼ି ଭାଗିରଥି ଜୁଆଡ଼, ସିଇଓ ଘନଶ୍ୟାମ ପୁଟେଲ ମଞ୍ଚାସିନ ରହିଥିଲେ | ଇଛାପଡ଼ା, ଚଲକି, ବାନ୍ଦୁପଲା, ଗୁଡ଼ିଘାଟ ପଞ୍ଚାୟତରେ କାର୍ଯ୍ୟରତ ଏମବିକେ, ସିଆରପିସିଏମ, କୃଷିମିତ୍ର, ପ୍ରାଣୀମିତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ଏଫପିସି ନିର୍ଦ୍ଦେଶକ ଧୁଵଲେଶ୍ଵର ବାଗ, ପବିତ୍ର ମେହେର, ଝସକେତନ ବୁଡ଼େକ, ହୃଦାନନ୍ଦ ବାଗ, ବିଷ୍ଣୁ ବାଗ, ଅନୁପମା ମେହେର, ରୁକ୍ମିଣୀ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ | ଶେଷରେ ମହାଶକ୍ତି ଫାଉଣ୍ଡେସନର ଜିଲ୍ଲା ସଂଯୋଜକ ପ୍ରଣବ କୁମାର ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.