ଆମ୍ବପାଳି ଉଚ୍ଚ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ଓଡ଼ିଆ ବାର୍ତ୍ତା/ ସଇଁନ୍ତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଆମ୍ବପାଲି ଠାରେ ଆଜି ମହାଆଡମ୍ବରରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା l ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନବମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ କରିଥିଲେ l ପ୍ରଧାନ ଶିକ୍ଷକ ବିଜୟ କୁମାର ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲର ଶିଷକ ରାଜକିଶୋର କୁଅଁର, ଛନ୍ଦା ଚରଣ ସୁନା, ଚକ୍ରଧର ବାଗ, ଅନିଲ କୁମାର ନନ୍ଦ, କ୍ଷେତ୍ର ମେହେର, ସ୍କୁଲର କ୍ରିଡ଼ା ଶିଷକ ଦେବରାଜ ଭୋଇ, ପର୍ଶୁରାମ ପୁଟେଲ, ବହିଚନ୍ଦ୍ର ମହାନନ୍ଦ, ଗନ୍ଧର୍ବ ଗହୀର, ତଥା ସ୍କୁଲ କମିଟି ଉପସ୍ଥିତ ଥିଲେ l ପରିଶେଷରେ ସୁଶୀଲ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.