ଅଷ୍ଟ ପ୍ରହର ନାମଯଜ୍ଞ ନିମନ୍ତେ ଶୁଭଖମ୍ବ ସ୍ଥାପନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଠାରେ ଆସନ୍ତା ଏପ୍ରିଲ ୩୦ ତାରିଖ ବୁଧବାର ହେବାକୁ ଥିବା ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ମଙ୍ଗଳବାର ଭୂମିପୂଜନ ଓ ଶୁଭଖମ୍ବ ସ୍ଥାପନ କାର୍ଯ୍ୟ ଏକ ଭକ୍ତିମୟ ପରିବେଶରେ ସମାପନ ହୋଇଛି। ହେବାକୁ ଥିବା ନାମ ଯଜ୍ଞରେ ଟଙ୍କଧର ଶବର ଓ ତାଙ୍କ ଧର୍ମପତ୍ନୀ ଭାନୁ ଶବର ନାମଯଜ୍ଞ କର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପୂଜକ ଅଶୋକ ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଶୁଭଖମ୍ବ ସ୍ଥାପନରେ ଘନଶ୍ୟାମ ଦାସ, କୁଶଧର ବେହେରା, ମହେଶ୍ୱର କାଣ୍ଡ, ଇନ୍ଦ୍ର ଲହଜଳ, ସୁଦର୍ଶନ ବେହେରା, ନକୁଳ ଗହୀର,ରବି ଚଳାନ, ପିତାମ୍ବର ପୁଝାରୀ, ଘେନୁ ବେହେରା, ବନ ଶବର,ମହେନ୍ଦ୍ର ବେହେରା, ବିପିନ୍ଦ୍ର ଶବର, ବଂଶୀଧର ବେହେରା, କାନ୍ଦ୍ରା ପୁଝାରୀ, ବନ ରାଉତି, ଯୁଧିଷ୍ଠି ରାଉତି, ଜଗଦୀଶ ବେମାଲ,ବଳରାମ ରାଉତି, ଧନିରାମ ଲହଜଳ, କ୍ଷ୍ରୀଧର କାଣ୍ଡ ସମେତ ସଂକୀର୍ତ୍ତନ ମଣ୍ଡଳୀ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.