ପହଲଗାମ ଆତଙ୍କି ହାମଲା ମୃତକଙ୍କୁ ଭବାନୀପାଟଣା ବିଜୁ ଜନତା ଦଳର ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜମ୍ମୁ ଓ କଶ୍ମୀର ପହଲଗାମ ଠାରେ ଆତଙ୍କବାଦୀ ମାନଙ୍କ ଦ୍ଵାରା ହୋଇଥିବା ବର୍ବୋରୋଚିତ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକ ମାନଙ୍କୁ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଭବାନୀପାଟଣା ଗାନ୍ଧୀ ଛକ ଠାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ତାଙ୍କର ଅମର ଆତ୍ମାର ସଦଗତି ପାଇଁ ୨ମି ନୀରବ ପ୍ରାର୍ଥନା କରାଯାଇଛି। ଏହା ସହିତ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ମୃତଙ୍କ ପରିବାର ବର୍ଗଙ୍କୁ ୧ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ଦାବୀ କରାଯାଇଛି। ଗାନ୍ଧୀ ଛକ ଠାରୁ ବିଜେଡି କର୍ମୀ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ମାଧ୍ୟମରେ ଷ୍ଟାଚ୍ୟୁଛକ ପର୍ଯ୍ୟନ୍ତ ଯାଇ ଆତଙ୍କବାଦ ବିରୁଦ୍ଧରେ ନାରାବାଜି ଦେଇଥିଲେ । ପଡୋଶୀ ପାକିସ୍ତାନରୁ ଆତଙ୍କବାଦୀ ଆସିବା ଏକ ପ୍ରକାର ସରକାରଙ୍କ ନିଷ୍କ୍ରିୟତା କୁ ଦର୍ଶାଉଛି ବୋଲି ବିଜେଡି ନେତା କହିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ,ବିସିସି ବ୍ୟାଙ୍କ ସଭାପତି ଗିରୀଶ ଚନ୍ଦ୍ର ବେହେରା , ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର , ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ମହିଳା ସଭାନେତ୍ରୀ ଲଳିତା ନାଏକ, ମନିନ୍ଦ୍ର ମହାନ୍ତି, ପ୍ରଶାନ୍ତ ନାଏକ, ସେନାପତି ନାଏକ, ସାମନ୍ତ ଖମାରୀ, ଧବଳେଶ୍ଵର ମହାପାତ୍ର, ଉଦୟ ସୁନାନୀ, ଚକ୍ର ସେଠୀ, ସୁତପା ବହିଦାର, ଅବଦୁଲ କାଦୀର, ସାବନଅଲ୍ଲି ଖାନ, ରାଜୀବ ଲୋଚନ ଶତପଥି, ଦିନେଶ ବଗର୍ତ୍ତି, ମହେନ୍ଦ୍ର ରାଉତ, ସସ୍ମିତା ମହାପାତ୍ର,ମଧୁ ନାଗ , ଗଣେଶ ବାଗ, ଜୟଶ୍ରୀ ଅଗ୍ରୱାଲ, ଭୋଲାନାଥ ନାଗ ପ୍ରମୁଖ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.