ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଧରପଗଡ଼ ପଞ୍ଚାୟତ କାର୍ଯ୍ୟଳୟରେ ଆଜି ଜାତୀୟ ପଞ୍ଚାୟତି ରାଜ ଦିବସ ଅବସରରେ ପ୍ରଥମ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସରପଞ୍ଚ ଗୀତାଞ୍ଜଳି ପଣ୍ଡା , ନାଏବ ସରପଞ୍ଚ ଦିଲୀପ ଠାକୁର ଇଓ ସ୍ୱପ୍ନା ବାଗ , ଏଡ଼ିଇଓ ଶିବପ୍ରସାଦ ସା , ଏଗାର ଖଣ୍ଡ ଗାଁର ୱାର୍ଡ ର ୱାର୍ଡ ସଭ୍ୟ, ସଭ୍ୟା ହରିପ୍ରିୟା ବଗର୍ତ୍ତୀ ଶଙ୍କର ଭୋଇ ରାଜକୁମାର ସେଲମା ନୀଳାଚଳ ତାଣ୍ଡି ହିମାଂଗୀନ ବାରିକ ଗୀତାଞ୍ଜଳି ଭୋଇ ହଁଶବତୀ ବିଶି ତ୍ରିଗତ ଯାନୀ ଉପସ୍ଥିତ ରହିଥିଲେ । ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ସକାଶେ ପାନୀୟ ଜଳ, ରାସ୍ତା, ଶିକ୍ଷା ସ୍ବାସ୍ଥ୍ୟ, ରାସନ କାର୍ଡ, ସୁଭଦ୍ରା ଯୋଜନା, ବିଜୁଳି ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିବା ସ‌ହିତ ଆଗାମୀ ଦିନରେ ପଞ୍ଚାୟତ ବାସୀ ସରକାରଙ୍କ ସୁବିଧା ସୁଯୋଗ ସିଧା ସଳଖ ଉପଲବ୍ଧି କରିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ଏଗାର ଖଣ୍ଡ ଗାଁର ଭଦ୍ରବ୍ୟକ୍ତି ତଥା ଭକ୍ତ ଚରଣ ପରୋହିତ ମନରଞ୍ଜନ ବୋଉକ ନରେନ୍ଦ୍ର ବିଶି ଗୌରୀ ଶଙ୍କର ସିଂ ବାବୁ ସୂର୍ଯ୍ୟନାରାୟଣ ବଗର୍ତ୍ତୀ ଗୋପାଳ ବାବୁ ଚନ୍ଦ୍ର ନାରାୟଣ ଚିନ୍ଦା ବାଳକାର ଭୋଇ ସାମ୍ବାଦିକ ଗୋକୁଳା ନନ୍ଦ ବଗର୍ତ୍ତୀ ବାଗ ସମେତ ପଞ୍ଚାୟତର ପିଅନ ମହେନ୍ଦ୍ର ବଗର୍ତ୍ତୀ ଦିନବନ୍ଧୁ ଚିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ।ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଏକ ଦୁଃଖଦ ଆତଙ୍କବାଦୀ ଆକ୍ରମଣ ମୂତ ଙ୍କ ପାଇଁ ନୀରବ ପ୍ରାଥନା କରାଯାଇଥିଲା

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.