ପଣ୍ଡରା ମାଳି ସମାଜର ପଞ୍ଚବାର୍ଷିକୀ ମହାସଭା ଓ ନୂତନ କର୍ମକର୍ତା ଚୟନ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ବ୍ଲକ ଅନ୍ତର୍ଗତ ଚାରଵାହଲ ମଣ୍ଡି ଠାରେ କଳାହାଣ୍ଡି ପଣ୍ଡରାମାଳି ସମାଜର ପଞ୍ଚବାର୍ଷିକ ମହାସଭା ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ଚୟନ ସାଙ୍ଗକୁ ସମାଜର ସମ୍ଭିଧାନ ପୁସ୍ତକ ଉନ୍ମୋଚିତ ହୋଇଛି l ସମାଜ ସଭାପତି ଈଶ୍ୱର ପୁଝାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୁଳପତି ପ୍ରକାଶ ନାଏକ, ଯୁବ ବାହିନୀ ସଭାପତି ଦୁର୍ଗାପ୍ରସାଦ ନାଏକ, ଉପସଭାପତି ବୈକୁଣ୍ଠ ନାଏକ, ସମ୍ପାଦକ ବିଷ୍ଣୁ ପ୍ରସାଦ ନାଏକ, ଜୁନାଗଡ଼ ଏନ ଏ ସି ଚେରମେନ ହିମାଦ୍ରୀ ନାଏକ, ପୂର୍ବତନ ସରପଞ୍ଚ ଦୁରସିଲା ମାଝୀ, ଆଇନଜୀବୀ କଲ୍ୟାଣୀ ନାଏକ, ପୂର୍ବତନ ବ୍ଲକ ଚେରମେନ ତୁଲେଶ୍ୱର ନାଏକ ଓ ଜୟପାଟଣା, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ଲାଞ୍ଜିଗଡ ବ୍ଲକ ସଭାପତି ସମୂହ ମଂଚାସୀନ ହୋଇ ସମାଜକୁ ଆଗକୁ ନେବା ପାଇଁ ଉଦବୋଧନ ଦେଇଥିଲେ l ଏହି ଅବସରରେ ସମାଜର ସମ୍ଭିଧାନ ନିୟମାବଳୀ ପାରିତ ହୋଇ ଘୋଷଣା ହେଲା ଯେ, ସମାଜ ଯୁବ ବାହିନୀ କର୍ମକର୍ତାଙ୍କ ବୟସ ସୀମା ୩୫ ରୁ ୪୫, ଛାତ୍ର ସଂଗଠନର ବୟସ ସୀମା ୧୮ ରୁ ୨୫, ମହିଳା ସଂଗଠନ କର୍ମକର୍ତାଙ୍କ ବୟସ ୪୦ ରୁ ୬୦ ପାରିତ କରାଗଲା l ଉକ୍ତ ସଭାରେ ଆଲୋଚନା କରି ସର୍ବସମ୍ମତି କ୍ରମେ ପଣ୍ଡାରାମାଲି ଯୁବ ବାହିନୀର କର୍ମକର୍ତା ଚୟନ କରାଗଲା l ସଭାପତି ଭାବେ ଭବାନୀ ଶଙ୍କର ବଣିଆ, ଉପ ସଭାପତି ଭାବେ ବିପୁଳ ବଣିଆ, ଲୋଚନ ନାଏକ, କୈଳାସ ବଣିଆ, ଶୁଭେନ୍ଦୁ ନାଏକ, ସାଧୁ ଚରଣ ନାଏକ ସମ୍ପାଦକ ଲୋକେଶ ନାଏକ, ଯୁଗ୍ମ ସମ୍ପାଦକ ତପନ ଭୋଇ ଓ ଶୈଳ କୁମାର ନାଏକ, କୋଷାଧକ୍ଷ ସଂଜୀବ କୁମାର ବଣିଆ ଉପଦେଷ୍ଟା ଭାବେ ଶିବ ପ୍ରସାଦ ଭୋଇ, ବିବେକାନନ୍ଦ ମାଝୀ, ସୁଜିତ ନାଏକ, ଧନୁର୍ଜ୍ୟ ମାଝୀ, ଲୋକେଶ୍ୱର ପାରି, ବେଣୁଧର ମାସରା, ଚୌବାହା ତୋଲଟିଆ, ଧବଳେଶ୍ୱର ନାଏକ, ବାସୁଦେବ ନାଏକ ପ୍ରମୁଖଙ୍କୁ ସଭାପତିଙ୍କ ନିର୍ଦ୍ଧେଶ କ୍ରମେ ଦୁର୍ଗାପ୍ରସାଦ ନାଏକ ଘୋଷଣା କରିଥିଲେ ଓ କୁଳପତି ପ୍ରକାଶ ନାଏକ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେl ପାଣ୍ଡରା ମାଳି ଯୁବ ବାହିନୀ ସଭାପତି ଦୁର୍ଗାପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରି ଥିଲେl ଏଥିରେ ସମାଜର ୩୦୦୦ ରୁ ଉର୍ଦ୍ଧ୍ଵ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.