କଳାହାଣ୍ଡି ଜିଲ୍ଲାରେ ଶିଶୁ ଟ୍ରାକିଂ ସର୍ଭେର ତଦାରଖ କଲେ ସିଏଚଏସଇ ଉପ ନିୟନ୍ତ୍ରକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ଶିଶୁ ଟ୍ରାକିଂ ସର୍ଭେ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହା ଜୋରସୋରରେ ଚାଲିଛି। ଜିଲ୍ଲାର ୧୬୭ଟି କ୍ଲଷ୍ଟରର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ମାନେ ଏଥିରେ ନିୟୋଜିତ ହୋଇଛନ୍ତି। ଶିକ୍ଷକମାନେ ଘରକୁ ଘର ଯାଇ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ଏପ୍ ମାଧ୍ୟମରେ ପରିବାରର ସବିଶେଷ ବିବରଣୀ ସହ ଶିଶୁ ମାନଙ୍କର ବର୍ତ୍ତମାନ ଶୈକ୍ଷିକ ସ୍ଥିତିକୁ ଯାଞ୍ଚ କରୁଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ସର୍ଭେ ସରିସାରିଛି। ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କ ତତ୍ତ୍ଵାବଧାନରେ ଏହା ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା ନୋଡାଲ ଅଧିକାରୀ ଭାବେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ନିୟନ୍ତ୍ରକ ଅବିନାଶ ଶତପଥୀ କଳାହାଣ୍ଡି ଜିଲ୍ଲା ପରିଦର୍ଶନ କରିଛନ୍ତି। ଜିଲ୍ଲାର ନର୍ଲା ଓ ମ. ରାମପୁର ବ୍ଲକ ଗସ୍ତ କରିବା ସହ ଶିକ୍ଷକ, ଗ୍ରାମବାସୀ ତଥା ଅଧିକାରୀ ମାନଙ୍କ ସହ ଏହାର ଶତ ପ୍ରତିଶତ ସଫଳତା ପାଇଁ ପରାମର୍ଶ ଦେଇଛନ୍ତି। ତାଙ୍କର ଏହି ନିରୀକ୍ଷଣ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଶୁଭଲକ୍ଷ୍ମୀ ନାୟକ, ହେମସାଗର ମହାନନ୍ଦଙ୍କ ସମେତ ସ୍ଥାନୀୟ ବିଇଓ, ବିଆରସିସି ମାନେ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.