ପରଲୋକରେ କଳାହାଣ୍ଡି କୁଲତା ସମାଜର ବରିଷ୍ଠ କର୍ମକର୍ତ୍ତା ଦେବାର୍ଚ୍ଚନ ପଧାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚଭୂତରେ ଲୀନ ହେଲେ କଳାହାଣ୍ଡି କୁଲତା ସମାଜର ବରିଷ୍ଠ କର୍ମକର୍ତ୍ତା ସ୍ୱର୍ଗତ ଦେବାର୍ଚ୍ଚନ ପଧାନ। ସେ ଦୀର୍ଘ ସମୟ ଧରି ଜଟିଳ କିଡନୀ ରୋଗରେ ପୀଡିତ ଥିଲେ। ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ଦିନ ତାଙ୍କର ଦେହାନ୍ତ ହୋଇଥିଲା। ବୁଧବାର ତାଙ୍କର ମରଶରୀର ପୈତୃକ ଗ୍ରାମ ଲିମପଡାରେ ପହଞ୍ଚିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଛି। କଳାହାଣ୍ଡି କୁଲତା ସମାଜର କର୍ମକର୍ତ୍ତା, ପରିବାର ବର୍ଗ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ସ୍ୱର୍ଗତ ପଧାନଙ୍କ ପୁତୁରା ଶିବପ୍ରସାଦ ମୁଖାଗ୍ନି ପ୍ରଦାନ କରି ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହେଉଥିଲା। ଜଣେ ସରଳ,ମିଷ୍ଟଭାଷୀ ଓ ବନ୍ଧୁ ବତ୍ସଳ ବ୍ୟକ୍ତି ଭାବେ ପରିଚିତ ସ୍ୱର୍ଗତ ପଧାନ ବ୍ୟାଙ୍କ ଅଧିକାରୀ ଭାବରେ ଅବସର ଗ୍ରହଣ କରି କଳାହାଣ୍ଡି କୁଲତା ସମାଜ ଅର୍ଥ କମିଟି ସଚିବ ଭାବେ ଦାୟିତ୍ଵ ସମ୍ପାଦନ କରୁଥିଲେ। କଳାହାଣ୍ଡି ଜିଲ୍ଲା କୁଲତା ସମାଜ ସମେତ ବିଭିନ୍ନ ମହଲରୁ ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସ୍ୱର୍ଗତ ଅମର ଆତ୍ମାର ସତଗତି କାମନା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.