ଦେଉଳିରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଦାବି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ପ୍ରତ୍ୟେକ ଗ୍ରାମକୁ ଆଲୋକିତ କରିବା ପାଇଁ ସରକାରୀ ଯୋଜନା ମାଧ୍ୟମରେ ଷ୍ଟ୍ରିଟ୍ ଲାଇଟ୍ ଲଗା ଯାଉଛି। ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ବ୍ଲକ ମଲ୍ଲିକମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେଉଳି ଗ୍ରାମରେ ଆଜି ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ଲାଗି ନାହିଁ। ଅନେକ ଦିନ ହେବ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା । ଏହା ଏକ ୱାର୍ଡ ୨୦୦ ଜନସଂଖ୍ୟା ବିଶିଷ୍ଟ ଛୋଟ ଏବଂ ଅଶିକ୍ଷିତ ଆଦିବାସୀ ବହୁଳ ଗ୍ରାମ ହୋଇଥିବାରୁ କେହି ତାଙ୍କର କଥାକୁ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିଛି ବର୍ଷ ପୂର୍ବରୁ ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କ ସହାୟତାରେ ଗ୍ରାମର ଭଗବତ ମନ୍ଦିର ଏବଂ ଅନ୍ୟ କିଛି ଜାଗାରେ ଛୋଟ ଏଲ୍ଏଡି ବଲ ଦ୍ୱାରା ଆଲୋକିତ କରାଯାଇଥିଲା। ତାହା ଏବେ ଅଚଳ ଅବସ୍ଥାରେ ଅଛି ଫଳରେ ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଅନ୍ଧାରର ସୁଯୋଗ ନେଇ ଚୋରି ଡକାୟତି ଭଳି ଅସାମାଜିକ କାର୍ଯ୍ୟକଳାପ ବଢିବାର ଆଶଙ୍କାକୁ ମଧ୍ଯ ଏଡ଼ାଇ ଦିଆଯାଇ ନପାରେ। ଗତ ବର୍ଷ ୧୪ ଜୁଲାଇ ୨୦୨୩ ରେ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଉକ୍ତ ଖବରକୁ ସାମାଜିକ କର୍ମୀ ସର୍ଜନ କୁମାର ପାଣ୍ଡେ ଟୁଇଟର ମାଧ୍ୟମରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଙ୍ଗେ ସଙ୍ଗେ ଟୁଇଟରେ ରିପ୍ଲାଏ ମାଧ୍ୟମରେ ତତ୍କାଳୀନ ସୋନପୁର ବିଡିଓ ସୋମ୍ୟରଞ୍ଜନ ସ୍ଵାଇଁ ଙ୍କୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ମଧ୍ଯ ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶକୁ ଫୁ ରେ ଉଡାଇ ଦେଇଛନ୍ତି ସୋନପୁର ବ୍ଲକ ପ୍ରଶାସନ ଫଳରେ, ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ଲଗାଇ ଆଲୋକୀକରଣ କରିବାକୁ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.