ସୁବର୍ଣ୍ଣପୁର ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସାବାର୍ଡ ହେଲେ ଅମାନିଆ ଗାଡ଼ି ଚାଳକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଗତକାଲି ଅପରାହ୍ନ ୪ ରୁ ୬ ଟା ସନ୍ଧ୍ୟା ପର୍ଯ୍ୟନ୍ତ ବ୍ଲକ ଛକ, ସୋନପୁର ଠାରେ ପଶ୍ଚିମ ଓଡିଶା ଟ୍ରାଫିକ ସଚେତନତା ସଂସ୍ଥା ଓ ଆଞ୍ଚଳିକ ପରିବହନ ବିଭାଗ ସୁବର୍ଣ୍ଣପୁର ର ମିଳିତ ସହଯୋଗ ରେ ଏକ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଟ୍ରାଫିକ ସଚେତନତା ସଂସ୍ଥାର ସଂଯୋଜକ ଚନ୍ଦ୍ର ଶେଖର ଭରାସାଗର ଙ୍କ ସଂଯୋଜୋନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ମୋଟର ଯାନ ନୀରିକ୍ଷକ ଓ ପରିବହନ ବିଭାଗର ସମସ୍ତ କର୍ମଚାରୀଙ୍କ ସମେତ ପୋଲିସ ବିଭାଗର ଡେପୁଟି ପୋଲିସ ଅଧିକ୍ଷକ ଚନ୍ଦ୍ରଶେଖର ଶବର, ସହାୟକ ସବ ଇନ୍ସପେକଟର ସୁଶୀଲ ବିଶିଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଅମାନିଆ ଗାଡି ଚାଳକଙ୍କୁ ଅଟକାଇ କଡାକଡି ଭାବରେ କାଗଜ ପତ୍ର ଯାଞ୍ଚ କରାଯାଇଥିଲା। ଏଥିରେ ବିନା ହେଲମେଟ ଓ ଲାଇସେନ୍ସ ନ ଥିବା ୧୫ ଜଣ ଗାଡ଼ି ଚାଳକଙ୍କ ବିରୋଧରେ ଚାଲାଣ କଟା ଯାଇଥିଲା। ଦୁଇ ଜଣ ମଦ୍ୟପ ଚାଳକଙ୍କ ଗାଡିକୁ ଜବତ କରିବା ସହ ଏକ ନାବାଳକ ଗାଡି ଚାଳକର ଗାଡିକୁ ଜୋରିମାନା ମଧ୍ୟ କରାଯାଇଥିଲା। ଆଗକୁ ଏହି ଯାଞ୍ଚ କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁର ଅକ୍ଷୟ କୁମାର ଜେନା ଜନ ସାଧାରଣଙ୍କୁ ମିଡିଆ ମାଧ୍ୟମ ରେ ଅବଗତ କରାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.