ସଚ୍ଚୋଟ କଂଗ୍ରେସ କର୍ମୀ ସାହସ ନାୟକଙ୍କ ବିୟୋଗରେ ସ୍ମୁତି ଚାରଣ ସଭା

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲାରେ ସଚ୍ଚା କଂଗ୍ରେସ କର୍ମୀ ଭାବେ ବେଶ ପରିଚିତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ହାଟପଦା ସାହି ନିବାସୀ ସାହସ ନାୟକ ଚଳିତ ମାସ ୧୩ ତାରିଖରେ ସନ୍ଧ୍ୟାରେ ହଠାତ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ବାଲିଗୁଡା ମେଡିକାଲ ରେ ଭର୍ତ୍ତୀ କରିଥିଲେ l କିଛି ସମୟ ଚିକିତ୍ସା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ଏହି ପରିପ୍ରେକ୍ଷୀରେ ଶୁକ୍ରବାର ୨୩ ତାରିଖ ଦିନ ବାଲିଗୁଡା କଂଗ୍ରେସ ଦଳ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନ ପରିସର ଏକ ସ୍ମୁତି ଚାରଣ ସଭା ଆୟୋଜନ ହୋଇଥିଲା, ଏଥିରେ ସ୍ଥାନୀୟ କଂଗ୍ରେସ ଦଳ ତରଫରୁ କେ.ବଳରାମ ଦୋରା, ଡ଼ଃ. ବିଚିତ୍ରା ନନ୍ଦ ଆଚାର୍ଯ୍ୟ, ମନୋଜ କୁମାର ଆଚାର୍ଯ୍ୟ, ଅଜୟ ଦିଗାଳ, ଟୁଟୁ ଆଚାରି, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ଅନାମ ନାୟକ, ଉପେନ୍ଦ୍ର ପ୍ରଧାନ, ଶ୍ୟାମ ସୁନ୍ଦର ବିନ୍ଧାଣି, ଦେବବ୍ରତ ସିଂ ଦେଓ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ନାୟକ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ବିଗତ ଦିନରେ କଂଗ୍ରେସ ଦଳ ପ୍ରତି ସ୍ବର୍ଗତ ନାୟକଙ୍କ ଅବଦାନ ସମ୍ପର୍କିତ ବିଭିନ୍ନ ବିଷୟ ପ୍ରତି ସ୍ମୁତି ଚାରଣ କରି ଜଣେ ସଚ୍ଚୋଟ କଂଗ୍ରେସ ନେତାଙ୍କୁ ହରାଇଲା ବୋଲି ଅଭିବ୍ୟକ୍ତ କରିଥିଲେ l ପରେ ପରେ ସ୍ଥାନୀୟ କଂଗ୍ରେସ ଭବନ ଠାରୁ ସ୍ବର୍ଗତ ନାୟକ ଙ୍କ ଫୋଟ ଚିତ୍ର ସହ ଏକ ବିଶାଳ ନୀରବ ଶୋଭାଯାତ୍ରାରେ ବାହାରି ସ୍ବର୍ଗତ ନାୟକ ଙ୍କ ହାଟପଦା ସାହି ବାସଭବନକୁ ଯାଇ ସ୍ମୁତି ଚାରଣ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.