କାଳବୈଶାଖୀର ତାଣ୍ଡବ: ବିଜୁଳି ମାଡରେ ହୁତୁ ହୁତୁ ହୋଇ ଜଳି ଗଲା ନଡ଼ିଆ ଗଛ

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସୁନାଖଣ୍ଡି ଗ୍ରାମରେ  ଅପରାହ୍ନ ସମୟରେ କାଳବୈଶାଖୀ ର ତାଣ୍ଡବରେ ଜୋରରେ ପବନ ବହିବା ସାଙ୍ଗକୁ ଘଡଘଡି ସହ ବର୍ଷା ହୋଇଥିଲା | ଯାହା ଫଳରେ ଶ୍ୟାମ ସୁନ୍ଦର ମାର୍ଥାଙ୍କ ଘର ବାଡି ପଛପଟରେ ଥିବା ବହୁ ପୁରୁଣା ନଡ଼ିଆ ଗଛକୁ ବିଜୁଳି ପଡିବା ଦ୍ୱାରା ନିଆଁ ହୁତୁ ହୂତୁ ହୋଇ ଜଳି ନଡ଼ିଆ ଗଛ ଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି । ଏହା ସହିତ ଘରର କରେଣ୍ଟ ବୋର୍ଡ, ଟିଭି, ଫ୍ରିଜ୍, ଫେନ୍ ପୋଡି ଯାଇଥିଲା । ଆଖ ପାଖ ପଡିଶା ଘର ତ୍ରିନାଥ କାଣ୍ଡ ଓ ଡମ୍ବୁରୁଧର କାଣ୍ଡଙ୍କ ଘରର କରେଣ୍ଟ ବୋର୍ଡ, ଫେନ୍ ଜଳି ଯାଇଥିବା ଜଣା ପଡ଼ିଛି । ଏଥିରେ କାହାରିକୁ କିଛି ହୋଇ ନ ଥିବା ଗ୍ରାମ ବାସୀ ମାନେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.