ଯୁବ ସମାଜସେବୀ ମହେନ୍ଦ୍ର କରୁଆଁଙ୍କ ଅକାଳ ବିୟୋଗ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକର ଜଣେ ଦକ୍ଷ ସଂଗଠକ, ସମାଜସେବୀ, ଯୁବନେତା, ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ, ଦଳିତ ଆଦିବାସୀ ମହାସଂଘ, ଲାଞ୍ଜିଗଡ ବ୍ଲକ ଶାଖାର ଉପସଭାପତି ମହେନ୍ଦ୍ର କରୁଆଁଙ୍କ ଦୁଃଖଦ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା। ଗତକାଲି ଅପରାହ୍ନରେ ନିଜ ପତ୍ରାପଡାସ୍ଥିତ ବାସଭବନରେ ଶୋଇଥିବାବେଳେ ଅଚେତ ହୋଇପଡ଼ିଥିଲେ ତାଙ୍କୁ ପରିବାର ଲୋକେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳେ ଗାଁ ମଶାଣିରେ ତାଙ୍କର ଦାହ ସଂସ୍କାର କରାଯାଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ପତ୍ରାପଡା ଗାଁ ଲୋକାରଣ୍ୟ ହୋଇ ଉଠିଥିବାବେଳେ ସମସ୍ତେ ତାଙ୍କ ଗୁଣକୁ ବାହୁନି ଅଶ୍ରୁ ବିସର୍ଜନ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ତାଙ୍କ ଶବାଧାରରେ ଲାଞ୍ଜିଗଡ଼ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ଥିଲେ। ତାଙ୍କ ବିୟୋଗରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମାଜସେବୀ ହରିଶଙ୍କର ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ, ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ, ସମାଜସେବୀ ତରୁଣ କୁମାର ଦାସ, ରାଜେନ୍ଦ୍ର ମାଳି, ଚାଞ୍ଚେର ମାଝୀ, ସତ୍ୟ ନାଏକ, କିଶୋର ହରପାଲ, ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ ବ୍ଲକ ଶାଖାର ସଭାପତି ଜଗଦୀଶ ବେନିଆ, ସାମ୍ବାଦିକ ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.