ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରବିବାର ଅପରାହ୍ନରେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ହୋଇଥିବା ବେଳେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ ମାଡିବନ୍ଧା ଗାଁର କେଶବ ଗଉଡ଼ ଓ ଚେରେସିଂ ଗଉଡ଼ଙ୍କ ଦୁଇଟି ବଳଦ ଗାଁ ନିକଟସ୍ଥ ପଡ଼ିଆରେ ଚରୁଥିବା ସମୟରେ ହଠାତ୍ ବଜ୍ରପାତ ହେବା ଫଳରେ ଦୁଇଟି ବଳଦଙ୍କର ମୃତ୍ୟୁ ଘଟିଥିଲା। ତେବେ ଚେରରେ ସିଂ ଓ କେଶବ ଗରିବ ଶ୍ରେଣୀ ଚାଷୀ ହୋଇଥିବାରୁ ତାଙ୍କୁ ତୁରନ୍ତି ସରକାରୀ ସାହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହାକୁ ନେଇ ଭିଏସ୍ ତେଜସ୍ବୀନି ସାହୁଙ୍କୁ ଜଣାଇବାରୁ ସନ୍ଧ୍ୟା ହୋଇଥିବାରୁ ସୋମବାର ସକାଳୁ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ କରି ପୋତି ଦିଆଯିବ ଓ ଏହାର ରିପୋର୍ଟ ରାଜସ୍ୱ ଅଧିକାରୀ ଏବଂ ତହସିଲଦାରଙ୍କୁ ଦେବା ପରେ ସରକାରଙ୍କ ଠାରୁ ଯାହା ସହାୟତା ଆସିବ ସେମାନଙ୍କୁ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଭିଏସ।