ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଦାରିଙ୍ଗବାଡି ବ୍ଲକ ପରିସରର ଚିତ୍ର ଦିନକୁ ଦିନ ବଦଳୁ ଥିବା ସାମ୍ନାକୁ ଆସିଚି । ପ୍ରଥମେ ବ୍ଲକ ପରିସର ମଧ୍ୟରେ ଫେବର ବ୍ଲକ ପକାଯାଇ ଥିବା ବେଳେ ପରେ ସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ବର୍ତମାନ ବସିବା ପାଇଁ ବ୍ଲକ ପରିସର ମଧ୍ୟରେ ସିମେଣ୍ଟ ଚେୟାର ପକାଯାଇଥିବା ବେଳେ ରଙ୍ଗବେରଙ୍ଗର ଗଛ ଲାଗିଥିବା ଦେଖିବାକୁ ମିଳିଛି । ଫଳରେ ବ୍ଲକ ପରିସର ଏକ ପାର୍କର ଭ୍ରମ ସୃଷ୍ଟି କରୁଛି । ବିଡ଼ିଓ ପ୍ରୀତି ରଞ୍ଜନ ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ କ୍ରମେ ଏସବୁ ସୌନ୍ଦର୍ଯ୍ୟକରଣ କାମ ହୋଇଥିବ ଯୋଗୁଁ ସାଧାରଣ ଲୋକ ବିଡ଼ିଓଙ୍କୁ ପ୍ରଶଂସା କରୁଛନ୍ତି ।