ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା-ସଇଁତଲା ରାସ୍ତାର ଝିଙ୍କିଡୁଙ୍ଗୁରି ନିକଟରେ ରବିବାର ରାତି ୧୧ଟାରେ ବାଇକ ଦୁର୍ଘଟଣା ଘଟି ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆରୋହୀ ଗୁରତର ହୋଇଛନ୍ତି | ମୃତ ଯୁବକ ତୁରେକେଲା ଥାନା ଅଧିନ କମେଇମୁଣ୍ଡା ଗ୍ରାମର ବିଷ୍ଣୁ ଭୋଇଙ୍କ ଏକମାତ୍ର ପୁଅ ଡିଙ୍ଗର(୨୭) | ଗୁରୁତର ଯୁବକ ଜଣକ ସଇଁତଲା ଥାନା ଅନ୍ତର୍ଗତ ଗୁର୍ଲାମାଲ ଗାଁର ଦେବରାଜ ସାହୁଙ୍କ ଏକମାତ୍ର ପୁଅ ପିତାମ୍ବର(୨୫) | ଉଭୟ ସାଙ୍ଗ ହୋଇଥିବା ବେଳେ ସେମାନେ ରାତିରେ ଟିଭିଏସ ସ୍କୁଟି (ନଂ ଓଡ଼ି ୦୩ ଏ ଇ ୨୩୨୦) ଯୋଗେ କମେଇମୁଣ୍ଡାରୁ ଗୁର୍ଲାମାଲ ଯାଉଥିଲେ | ସଇଁତଲା ଥାନା ଏସଆଇ ଗୁଇନ୍ଦି ଖାଖା, ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ କୁମୁରା ଘଟଣା ସ୍ଥଳରେ ପହଞ୍ଚି ସ୍କୁଟି ଓ ଶଵ ଜବତ କରିଥିଲେ |ବ୍ୟବଚ୍ଛେଦ ପାଇଁ ଶଵକୁ ଟିଟିଲାଗଡ଼ ଉପଖଣ୍ଡିୟ ଡାକ୍ତରଖାନାକୁ ପଠାଯାଇଥିଲା | ଗୁରୁତର ପିତାମ୍ବରଙ୍କୁ ଟିକ୍ରାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ଜଣାପଡ଼ିଛି |