ଫେରାର ରାଜପଥ ଲୁଟେରା ଗିରଫ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଞ୍ଚଳରେ ରାଜ ପଥରୁ ଲୁଟ କରି ଫେରାର ଥିବା ଜଣେ ଅନ୍ୟତମ ସହଯୋଗୀ ଦୁର୍ବୃତ୍ତ ଲୁଟେରାକୁ କ.ନୂଆଗାଁ ପୋଲିସ ଆଠ ମାସ ପରେ ପୁଣି ଧରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ କଟକର ରତ୍ନାକର ବେହେରା ନିଜ ଆଇଚର ଗାଡ଼ି ଓଡି ୦୨ ଇ ୬୩୨୨ ନଂ ଟ୍ରକରେ ଗତ ୫/୯/୨୪ ତାରିଖରେ ପ୍ଲାଷ୍ଟିକ ବାଲ୍ମି ଧରି ବାଲିଗୁଡ଼ା ଦେଇ ଢେଙ୍କାନାଳ ଯାଉଥ‌ିବା ବେଳେ ରାତି ପ୍ରାୟ ୯ ଟା ସମୟରେ ତିନିଜଣ ଅଜଣା ବ୍ୟକ୍ତି ଓଡି ୧୨ ଏଫ ୭୦୪୮ ନଂ ଆପାଚି ମଟର ସାଇକେଲ ଯୋଗେ ପିଛା କରି କ.ନୂଆଗାଁ ଥାନା ଅଞ୍ଚଳର ଡାମେରିକିଆ ନିକଟ ପାଇବର ସାହିରେ ଜୋର ଜବରଦସ୍ତ ଗାଡ଼ିକୁ ଅଟକାଇ ଥିଲେ। ପରେ ତାଙ୍କ ଠାରୁ ମୋବାଇଲ ଓ ପର୍ସ ଛଡାଇ ନେଇଥିବା ସହ ଫୋନ ପେକୁ ମଧ୍ୟ ପାଞ୍ଚ ହଜାର ଟଙ୍କା ପଠାଇବାକୁ ବାଧ୍ୟ କରିଥିଲା। ଏହାକୁ ନେଇ ରତ୍ନାକର କ.ନୂଆଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି କ.ନୂଆଗାଁ ପୋଲିସ ଥାନା କେସ ନଂ ୧୩୬/୨୪,ଧାରା ୩୦୯ (୬) ବିଏନଏସ ମାମଲା ଋଜୁ କରିବା ସହିତ ଅନୁସନ୍ଧାନ କରି ଜଣେ ଦୁର୍ବୃତ୍ତକୁ ଧରିବାରେ ସଫଳ ହୋଇଥ‌ିବା ବେଳେ ତାଠାରୁ ଉକ୍ତ ଆପାଚି ବାଇକ,ପର୍ସ,ମୋବାଇଲ ଓ ନଗଦ ପାଞ୍ଚ ହଜାର ଟଙ୍କା ଜବତ କରି ସଂପୃକ୍ତ ଦୁର୍ବୃତ୍ତ ସାରଙ୍ଗ ଗଡ଼ ଥାନା ଅଞ୍ଚଳ ଦାସିଗୁଡ଼ାର ବସନ୍ତ ବେହେରା (୪୦) କୁ ଗିରଫ କରି ସେ ସମୟରେ କୋର୍ଟ ଚାଲାଣ କରିଥିଲା।ତେବେ ଫେରାର ଥିବା ଅନ୍ୟତମ ଦୁଇ ଜଣ ସହଯୋଗୀ ଲୁଟେରା ମଧ୍ୟରୁ ସଲାଗୁଡାର ହେମନ୍ତ ପ୍ରଧାନକୁ କ.ନୂଆଗାଁ ଥାନା ପୋଲିସ ପୁଣି ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦାଃ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.