ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ଗ୍ରୀଷ୍ମ ଋତୁରେ ବଣ ଜଙ୍ଗଲରେ ପେନ୍ଥା ପେନ୍ଥା ଚାରକୋଳିର ସମ୍ଭାର ଦେଖିବାକୁ ମିଳେ । କଲ୍ୟାଣ ସିଂପୁର ବନାଞ୍ଚଳରେ ଦେଖାଯାଉଥିବା ଏହି ଜଙ୍ଗଲୀ ବୃକ୍ଷ ପାର୍ସାଲି ପଞ୍ଚାୟତର ଗ୍ରାମୀଣ ଜୀବନର କଳ୍ପବଟ ପାଲଟିଛି | ମଞ୍ଜିରୁ ବାହାରୁଥିବା ଦାନାର ଚାହିଦା ଦେଶ ବିଦେଶରେ ଅଧିକ | କିନ୍ତୁ ଜଙ୍ଗଲରୁ ସଂଗ୍ରହ ହେଉଥିବା ମଞ୍ଜିର ଉଚିତ୍ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ସଂଗ୍ରହକାରୀ ଡ଼ଙ୍ଗରିଆ ଆଦିମ ଜନଜାତି ମହିଳା । ସୋମବାର ସାପ୍ତାହିକ ହାଟରେ ଏହାର ପସରା ମଧ୍ୟ ଖୋଲୁଥିଲା । ଦନା ପ୍ରତି ୧୦ରୁ ୨୦ ଟଙ୍କାରେ ବିକ୍ରି ହେଉଥିଲା । ବଜାର ସୁବିଧା ନଥିବାରୁ ସଂଗ୍ରହକାରୀ ଶୋଷଣର ଶିକାର ହେଉଥିଲେ । ଏହି କୋଳି ଭିତରେ ଥିବା ବାଦାମୀ ରଙ୍ଗର ଛୋଟ ଛୋଟ ଗଜା କିଲୋ ପ୍ରତି ୧୫୦୦ ଟଙ୍କାରୁ ଊର୍ଦ୍ଧ ଦରରେ ବଜାରରେ ବିକ୍ରି ହେଉଥିଲା | ବର୍ତ୍ତମାନ ଏହି କୋଳି ଆଜି ଆଉ ଜଙ୍ଗଳରୁ ଉଭାନ ହୋଇଯାଇଛି | ଚାହାଁରକୋଳି ପାଇଁ କଲ୍ୟାଣ ସିଂହପୁର ବାସି ଝୁରି ଯାଉଥିବା ସହ ଜଙ୍ଗଲ ବିଭାଗକୁ ଚାହାଁରକୋଳି ବୃକ୍ଷ ରୋପଣ ନିମନ୍ତେ ଅନୁରୋଧ କରିଛନ୍ତି |