ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ ବିଜୟ ପୁନେମ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଦୀର୍ଘ ୧୫ ବର୍ଷ ଧରି ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଓ ଓଡ଼ିଶା ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ବିଜୟ ପୁନେମ ଓରଫ ଅଜୟ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ସମୟରେ ସେ ନିଜ ବ୍ୟକ୍ତିଗତ ଅସ୍ତ୍ର (୯ ଏମ୍ଏମ୍ ପିସ୍ତଲ), ୯ ଏମ୍ଏମ୍ ଗୁଳି ୮ ରାଉଣ୍ଡ ଓ ଗୋଟିଏ ୱାକି ଟକି ଯୋଗାଯୋଗ ସେଟ୍ ଜମା ଦେଇଛନ୍ତି। ୨୦୦୯ ମସିହାରେ ସିପିଆଇ ମାଓବାଦୀ ସଂଗଠନରେ ଯୋଗଦେଇଥିବା ବିଜୟ ପୁନେମ ତାଙ୍କର ପ୍ରାଥମିକ ତାଲିମ ପରେ ମୋଡେମ ବାଳକୃଷ୍ଣ ଓରଫ ମନୋଜଙ୍କ ନିୟନ୍ତ୍ରଣରେ ରହି ସୁରକ୍ଷା ଦଳରେ କାର୍ଯ୍ୟକରି ଚାଲିଥିଲେ। ୨୦୧୪ ମସିହାରେ ତାଙ୍କୁ ଏସିଏମ ଏରିଆ କମିଟି ମେମ୍ବର ଭାବେ ପଦୋନ୍ନତି ଦିଆଯାଇଥିଲା ଓ ସେ ଗନମ୍ୟାନ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କର କାର୍ଯ୍ୟକ୍ଷେତ୍ରରେ ବର୍ଷ ୨୦୦୯ ରୁ ୨୦୨୪ ପର୍ଯ୍ୟନ୍ତ ଛତିଶଗଢ଼, ମାଲକାନଗିରି, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଅଞ୍ଚଳ ଅନ୍ତର୍ଭୁକ୍ତ ଥିଲା। ୨୦୨୩ ମସିହାରେ ସେ ବିଜିଏନ ଡିଭିଜନକୁ ସ୍ଥାନାନ୍ତର ହୋଇ ଜାନୁଆରୀ ୨୦୨୪ ରୁ ଘୁମୁସୁର ଏସି ଭାବରେ କାର୍ଯ୍ୟ କରୁଥିଲେ। ଆତ୍ମସମର୍ପଣ ପରେ ବିଜୟ ପୁନେମ କହିଛନ୍ତି ଯେ, ମାଓବାଦୀ ସଂଗଠନର ଭୁଲ ଚିନ୍ତାଧାରା ନେତୃତ୍ୱର ଅସ୍ୱାଭାବିକ ଆଚରଣ ସୁରକ୍ଷା ବାହିନୀଙ୍କ ଅପରେସନ ଓ ଆର୍ଥିକ ଅଭାବ ପରିବାର ବିଛିନ୍ନ ହେବାର ମୁଖ୍ୟ କାରଣ ହେଉଛି। ସେ ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ପ୍ରତି ଆକର୍ଷିତ ହୋଇ ଏହି ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନୀତି ଅନୁଯାୟୀ ତାଙ୍କୁ ଆର୍ଥିକ ସହାୟତା, ଘର ନିର୍ମାଣ, ଶିକ୍ଷା ଏବଂ ବୃତ୍ତିମୂଳକ ତାଲିମ ପାଇଁ ସହଯୋଗ ମିଳିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.