ଫୁଲବାଣୀ ବହୁ ଚର୍ଚ୍ଚିତ ଏସିଡ ମାଡ଼ ଘଟଣାରେ ରାୟ ଶୁଣେଇଲେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ୍ 

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀ ପ୍ରିତିଶ କୁମାର ରାଉତରାଇ ଏକ ଏସିଡ ଫିଙ୍ଗା କେଶରେ ଆସାମୀ ପ୍ରମୋଦ କୁମାର ସାହୁ (୬୦) ପଟାବାଲି ସାହି, ଫୁଲବାଣୀଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଅଛନ୍ତି | ଘଟଣା ୨୮/୧୨/୨୦୨୩ ତାରିଖରେ ଦିନ ୧.୩୦ ସମୟରେ ଫୁଲବାଣୀ ସାହି ର ସୁରଜ କୁମାର ମହାନ୍ତି, ଫୁଲବାଣୀ ଶଶୀ ପାନ ଦୋକାନ ଛକ ଠାରେ ଠିଆ ହୋଇ ଥିଲାବେଳ ଆସାମୀ ପ୍ରମୋଦ ତାଙ୍କ ଉପରକୁ ଏସିଡ ଫିଙ୍ଗି ଥିଲା, ଏ ଖବର ପାଇ ସୁରଜଙ୍କ ବାପା କୃଷ୍ଣ ଚନ୍ଦ୍ର ମହାନ୍ତି ଘଟଣା ଜାଗାକୁ ଆସି ପହଁଚିଲା ପରେ ଆସାମୀ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗି ଥିଲା | ଏସିଡ ମାଡ଼ରେ ବାପା ଓ ପୁଅ ଗୁରୁତର ହେବାରୁ କିଛି ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଫୁଲବାଣୀ ହସ୍ପିଟାଲ କୁ ନେଇ ଥିଲେ | ଆସାମୀ କୁ ସେଠାରେ ଥିବା ଲୋକ କାବୁ କରି ପୋଲିସ ର ଜିମା ଦେଇଥିଲେ| ୧୭ ଜଣ ସାକ୍ଷୀ ଓ ପ୍ରତକ୍ଷଦର୍ଶୀ ବୟାନ କୁ ଭିତ୍ତି କରି ଅଦାଲତ ପ୍ରମୋଦ କୁ ଦୋଷୀ ସାବ୍ୟସ୍ତ କରିଛନ୍ତି | ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ , ଦୋଷୀକୁ ସଶ୍ରମ କାରାଦଣ୍ଡ ସହିତ ୫୦୦୦୦ ଟଙ୍କା ଜରିମାନା ମଧ୍ୟ କରିଛନ୍ତି , ଜରିମାନା ଅନାଦେୟ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.