ସୁବର୍ଣ୍ଣପୁର ପ୍ରିମିୟର ଲିଗ୍: ବିଜୟ ଫାଇଟର ଚାମ୍ପିଅନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସ୍ଥାନୀୟ ଗାନ୍ଧି ଷ୍ଟାଡିୟମରେ ଚାଲିଥିବା ସୋନପୁର ପ୍ରିମିୟର ଲିଗ୍ ର ତୃତୀୟ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଆଜିର ଫାଇନାଲ ମ୍ୟାଚ୍ ବିଜୟ ଫାଇଟର ଓ ସୁପର ଜାଏଣ୍ଟ୍‌ସ ଦଳ ମଧ୍ୟରେ ହୋଇଥିଲା। ଟସ୍ ଜିଣି ସୁପର ଜାଏଣ୍ଟସ ଦଳ ଫିଲ୍ଡିଙ୍ଗ ନିଷ୍ପଭି ନେଇଥିଲା। ବିଜୟ ଫାଇଟର ଦଳ ପ୍ରଥମେ ବ୍ୟାଟିଂକରି ୨୦ ଓଭରରେ ୩ ୱିକେଟ ହରାଇ ୧୭୯ ରନ୍ କରିଥିଲା। ଜବାବରେ ସୁପର ଜାଏଣ୍ଟସ୍ ଦଳ ୧୦.୧ ଓଭରରେ ୬୭ ରନ୍‌କରି ଅଲ୍‌ଆଉଟ୍ ହୋଇଥିଲେ। ଫଳରେ ବିଜୟ ଫାଇଟର ଦଳ ବିଜୟୀ ହୋଇ ଚାମ୍ପିଅନ ଘୋଷିତ ହୋଇଥିଲା। ଖେଳର ଧାରା ବିବରଣୀ ଶ୍ରୀ ରାଓ ଏବଂ ଅଚ୍ୟୁତ ମିଶ୍ର ପ୍ରଦାନ କରିଥିବାବେଳେ ଶ୍ରୀବନ୍ତ ନାୟକ ଓ ଶ୍ୟାମସୁନ୍ଦର ପଣ୍ଡା ମ୍ୟାଚ୍ ପରିଚାଳନା କରିଥିଲେ । ଦିନେଶ ଘିବିଲା ବିଶ୍ୱନାଥ ନାୟକ ସ୍କୋରର ଦାୟିତ୍ଵ ତୁଲାଇଥିଲେ। ଏସପିଏଲ୍ ଅଧ୍ୟକ୍ଷ ବି ସତ୍ୟନାରାୟଣ ରାଓ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ଅତିଥି ଭାବେ ହୋଟେଲ୍‌ ସଂଘ ସଭାପତି ଅରବିନ୍ଦ ବାରିକ, ଓପିଏନ୍‌ସିଏ ସଭାପତି ଅମିୟ ରଞ୍ଜନ ଦାଶ, ସମଲେଶ୍ଵରୀ ନସିଂହୋମ ନିର୍ଦ୍ଦେଶକ ଶୁଭାଶିଷ ରଥ, ଏସଡିସିଏ ସଭାପତି ରାମଶଙ୍କର ସାହୁ, ସଂପାଦକ ପ୍ରଦୀପ ସେଠୀ ଯୋଗଦେଇ ବିଜେତା, ଉପବିଜେତା ଏବଂ ଶେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ସମ୍ପାଦକ ନବପ୍ରକାଶ ମିଶ୍ର ଧନ୍ୟବାଦ ଦେଇଥିଲେ। ଏଥିରେ ଏସଡିସିଏ ଏବଂ ଏସପିଏଲର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.