କୁମ୍ଭକାର ସମାଜ ତରଫରୁ ବାଲ୍ୟବିବାହ ଉଚ୍ଛେଦ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ବଡ଼ିମୁଣ୍ଡା ଗ୍ରାମରେ ଏକ ବାଲ୍ୟ ବିବାହ ଉଚ୍ଛେଦ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ହଦଗଡ଼ ମଣ୍ଡଳ ର ସଭାପତି ଶ୍ରୀ ମାନସ ରଞ୍ଜନ ପାତ୍ରଙ୍କ ତତ୍ଵାବଧାନରେ ସଭାକାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ୟୁନିସେଫ ଭୁବନେଶ୍ୱରରୁ ଆସିଥବା ଶ୍ରୀଯୁକ୍ତ ଘାସିରାମ ପଣ୍ଡା, ସମ୍ମାନିତ ଅତିଥି ସୁରକ୍ଷା ଅଧିକାରିଣୀ ସରୋଜଲତା ଦେଇ, ଫୁଲବାଣୀ ମହିଳା ସହଯୋଗ କେନ୍ଦ୍ର ରୁ ଆସିଥିବା ଶ୍ରୀମତୀ କଳ୍ପନା ମହାନ୍ତି,‌ ଜିଲ୍ଲା ସମ୍ପାଦକ ଶ୍ରୀ ଯୁକ୍ତ ସୁବଳ ରଣା, ସାମ୍ବାଦିକ ବାଳକୃଷ୍ଣ କହଁର, କୋଷାଧକ୍ଷ ଗୋକୁଳ ଚନ୍ଦ୍ର ବେହେରା, ମଣ୍ଡଳ ସଭାପତି ମାନସ ରଞ୍ଜନ ପାତ୍ର, ମଣ୍ଡଳ ସମ୍ପାଦକ ବାବୁଲା ଦଳବେହେରା , ସମୀକ୍ଷକ ଜୟନ୍ତ ବେହେରା ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବାଲ୍ୟ ବିବାହ ରୋକିବା ଓ ବାଲ୍ୟ ବିବାହ କରିବା ଦ୍ଵାରା ସମାଜର କଣ କ୍ଷତି ହୁଏ ଏବଂ କିଶୋରୀ ବାଳିକା ମାନେ ବାଲ୍ୟ ବିବାହ ନ କରିବା ପାଇଁ ଶପଥ ପାଠ କରାଯିବା ସହ ଶିକ୍ଷା ର ଉନ୍ନତି, ପାରିବାରିକ ହିଂସା, ମହିଳା ମାନଙ୍କ ର ସମସ୍ୟା ସାମାଜିକ ସୁରକ୍ଷା ସୁଧାର ଗୃହ ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ହଦଗଡ଼ ମଣ୍ଡଳ ର ସମସ୍ତ କର୍ମ କର୍ତ୍ତା କୁଳ ଅଧିପତି ପୁରୁଷ ଓ ମହିଳା ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ଏବଂ ଦଶମ ଓ ଦ୍ଵାଦଶ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ଦିଆଯାଇଥିଲା । ଏଥି ସହ ଚଳିତ ବର୍ଷ ର ଆୟ ବ୍ୟୟ ହିସାବ କରାଯିବା ସହ କୋଷାଧକ୍ଷ ଶ୍ରୀ ଗୋକୁଳ ଚନ୍ଦ୍ର ବେହେରା ସମସ୍ତ ଙ୍କୁ ଶୁଣାଇଥିଲେ । ଜିଲ୍ଲା ସମ୍ପାଦକ ଶ୍ରୀ ସୁବଳ ରଣା ବୈଠକ ରେ ସମାଜର ବିକାଶ ଓ ଚାକିରୀ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କୁ ସଂରକ୍ଷଣ ଦାବି ବିଷୟରେ ବୁଝାଇ ଥିଲେ । ଉକ୍ତ ବୈଠକ ରେ ଅତିଥି ମାନେ କୁମ୍ଭାର ଜାତି ର ସମସ୍ତ ଙ୍କୁ ଦେଇଥିବା ପରାମର୍ଶ ଗୁଡିକ ନିଶ୍ଚିତ ଭାବରେ ଆଗାମି ଦିନରେ ପ୍ରଭାବ ପକାଇବ ବୋଲି ହଦଗଡ଼ ମଣ୍ଡଳ ଉପସଭାପତି ଶ୍ରୀ ଆମ୍ବୁଜ ବେହେରା, କେନ୍ଦ୍ର ର ମହିଳା ସଭ୍ୟା ଶ୍ରୀମତୀ ସୁମିତ୍ରା ବେହେରା ମତ ରଖିଥିଲେ । ଶେଷରେ ମଣ୍ଡଳ ସମ୍ପାଦକ ଶ୍ରୀ ଯୁକ୍ତ ବାବୁଲା ଦଳବେହେରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.