ଜିଲ୍ଲାସ୍ତରୀୟ ପୂଜକମାନଙ୍କ ଦ୍ୱିତୀୟ ସାଙ୍ଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ବିଷମକଟକ ମା ତାରିଣୀ ମନ୍ଦିର ଠାରେ ଜିଲ୍ଲା ବିଶ୍ଵହିନ୍ଦୁ ପରିଷଦ ତତ୍ତୂାବଧାନରେ ଜିଲ୍ଲାସ୍ତରୀୟ ପୂଜକ ମାନଙ୍କ ସଂଗଠନ କରିବା ପାଇଁ ବୈଠକ ବସିଥିଲା | ଏହି ବୈଠକରେ ବିଶ୍ଵହିନ୍ଦୁ ପରିଷଧ ରାୟଗଡାର ଶ୍ରୀ ଲଳୀତ ମୋହନ ଜେନା ସଭାପତି ଦାଇତ୍ବ ଗ୍ରହଣ କରି ପ୍ରାୟ ୫୩ ଜଣ ପୂଜକ ମାନଙ୍କୁ ସ୍ବାଗତ ଜଣାଇ ଆଜିର ବୈଠକ ଆରମ୍ଭ କରିଥିଲେ । ପ୍ରଥମେ ଶ୍ରୀ ସନ୍ତୋଷ କୁମାର ପଟନାୟକ ସମାଜସେବୀ ଶ୍ରୀ ସିମାଞ୍ଚଳ ଆଚାରୀଙ୍କୁ ସଭାପତିତ୍ୱ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଉକ୍ତ ପ୍ରସ୍ତାବଟିକୁ ଉପସ୍ଥିତ ସମସ୍ତ ସଦସ୍ୟ ମାନେ ସ୍ରଧାରେଗ୍ରହଣ କଲେ |ସମ୍ପାଦକ ପଦବି ପାଇଁ ଶ୍ରୀ ଧନୁ ପ୍ରଧାନ ଶ୍ରୀ ଉମାଶଙ୍କର ସାବତଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ଉକ୍ତ ସଭାରେ ଥିବା ସମସ୍ତ ସଦସ୍ୟ ଗ୍ରହଣ କରିଥିଲେ | କୋଷାଧକ୍ଷ ପଦବି ପାଇଁ ଶ୍ରୀ ରଘୁନାଥ ପୂଜାରୀ ଶ୍ରୀ ଚିନ୍ତାମଣୀ ସାବତଙ୍କ ପ୍ରସ୍ତାବଟିକୁ ସମସ୍ତ ସଦସ୍ୟ ମାନେ ଗ୍ରହଣ କରିଥିଲେ । ଉପ-ସଭାପତି ପଦବି ପାଇଁ ଶ୍ରୀ ସୁରେଷ ମାଲଦୋରା ଓ ଶ୍ରୀମତି ଯମୁନା ପାଣୀଗ୍ରାହି ଚୟନ ହୋଇଥିଲେ | ସହ ସମ୍ପାଦକ ପଦବିରେ ଶ୍ରୀ ସିମାଞ୍ଚଳ ଆଚାରୀ ଓ ଶ୍ରୀ ବୀର କିଶୋର ଦଣ୍ଡସେନା ଚୟନ ହୋଇଥିଲେ | ଏହି ବୈଠକରେ ଆକ୍ଟିଭ ମେମ୍ବର ଶ୍ରୀମତୀ ଆଚାରୀ, ନନ୍ଦ ପିଡିକାକା, କୃଷ୍ଣଚନ୍ଦ୍ର ଭାଟ, ମାଧବ ପାତ୍ର, ସୁରେଶ ମାଲଦୋରା, ଦଳପତି ମାଣ୍ଡିକା, ଗଙ୍ଗା ଦାସ, ଘନ କାସି, ଧନୂ ପ୍ରଧାନୀ, ଜଗନ୍ନାଥ ଦଣ୍ଡସେନା, ସାନ୍ତି ଷିକକା, ନିଳଦ୍ରୀ ସାମ୍ବୁକା ଏବଂ ସମସ୍ତ ପୂଜକ ମାନେ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.