କୋକସରା ବ୍ଲକ ନୂତନ ଯାଦବ ସମିତି ଗଠିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚିଲିଗୁଡା ସ୍ଥିତ  ଯାଦବ ଭବନ ଠାରେ କୋକସରା ବ୍ଲକ ଯାଦବ ସମିତିର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧୀ ବାଗଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ ବୈଠକରେ ବ୍ଲକର ସମସ୍ତ ଆଞ୍ଚଳିକ ସଭାପତି, ସମ୍ପାଦକ, ଭାତଗୃପ ସଭାପତି, ଅନେକ ଯାଦବ ପ୍ରେମୀଙ୍କ ଉପସ୍ଥିତରେ ନୂତନ ବ୍ଲକ ଯାଦବ ସମିତି ପୁର୍ନଗଠିତ ହୋଇଥିଲା। ସର୍ବସମ୍ମତି କ୍ରମେ ବ୍ଲକ ଯାଦବ ସମିତି ସଭାପତି ଭାବେ ଦ୍ୱାରିକାନାଥ ବାଗ, ସମ୍ପାଦକ ବିଦ୍ୟାଧର ଗହୀର ଓ କୋଷାଧ୍ୟକ୍ଷ ଗଣେଶ୍ୱର ପୁଞ୍ଜିଙ୍କୁ ମନୋନୀତ କରାଯାଇଛି। ସେହିଭଳି କର୍ମଚାରୀ ସଂଘ ସଭାପତି ଭାବେ ପ୍ରେମଚନ୍ଦ୍ର ଗୋପାଳ, ସମ୍ପାଦକ ଭାଗବତ କଟା ଓ କୋଷାଧ୍ୟକ୍ଷ ଭାବେ ସୁଧୀର କୁମାର ନାଗ ମନୋନୀତ ହୋଇଛନ୍ତି। ପରେ ସମସ୍ତ ପଦାଧିକାରୀ ଶପଥ ପାଠ ଗ୍ରହଣ କରି ସମାଜକୁ ଆଗେଇ ନେଇ ଭାତୃତ୍ୱ ବଜାୟ ରଖି ସମାଜରୁ କୁସଂସ୍କାର ଦୁରକରିବାକୁ ଶପଥ ନେଇଥିଲେ। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗୌଡ଼ଙ୍କ ସମେତ ଜିଲ୍ଳା ପର୍ଯ୍ୟବେକ୍ଷକ ପାନ୍ନାଲାଲ ବେମାଲ, ସତ୍ୟନାରାୟଣ ବିଶି ଓ ଅରୂପାନନ୍ଦ ନାଗ ଉପସ୍ଥିତ ରହିନ ନୂତନ କମିଟି ଘୋଷଣା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.