ଅପର ଏବଂ ଲୋଅର ଉଦନ୍ତୀ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅବିଭକ୍ତ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ମହତ୍ୱପୂର୍ଣ୍ଣ ନଦୀ ମାନଙ୍କୁ ମଧ୍ୟରୁ ଉଦନ୍ତୀ ନଦୀ ଅନ୍ୟତମ । ୧୯୬୫ରୁ ଏହି ନଦୀ ଉପରେ ନୂଆପଡା ଜିଲ୍ଲାର ସିନାପାଲି ବ୍ଲକର ଗୋର୍ଲା ଠାରେ ଏକ ବ୍ୟାରେଜ ଏବଂ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକର ବୋର୍ଡା ଠାରେ ବ୍ୟାରେଜ ନିର୍ମାଣ ପାଇଁ ପ୍ରୟାସ ହୋଇ ବର୍ତ୍ତମାନ ସୁଦ୍ଧା ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ସୂଚନା ଯୋଗ୍ୟ ଯେ ଅପର ଉଦନ୍ତୀ ପ୍ରକଳ୍ପ ଯାହା ପାଖାପାଖି ୮୫୦୦ ହେକ୍ଟର ଜଳସେଚିତ ଏବଂ କଳାହାଣ୍ଡି ଜିଲ୍ଲାର ବୋର୍ଡା ଠାରେ ୯୩୦୦ ହେକ୍ଟର ଜମି ଜଳସେଚିତ ହେବାର ପ୍ରସ୍ତାବନା ରହିଛି । ନୂତନ ସରକାର ଗଠନ ହେଲା ପରେ ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ୨ଟି ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରାଇବା ପାଇଁ ବିକଶିତ କଳାହାଣ୍ଡି ନୂଆପଡା ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ ପୂର୍ବତନ ବିରୋଧି ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଜରିଆରେ ଏକ ସ୍ମାରକପତ୍ର ଦେଇ ଏହାର ପ୍ରତିଲିପି ଲୋକସଭା ସାଂସଦ ମାଳବିକା ଦେବୀ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ମୁଖ୍ୟ ଶାସନ ସଚିବ ଓଡିଶା ଏବଂ କଳାହାଣ୍ଡି ଜିଲ୍ଲାପାଳ ତଥା ନୂଆପଡା ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି । ନୂଆପଡା ଜିଲ୍ଲା ସିନାପାଲି ତହସିଲ ଅଞ୍ଚଳ ଦେଇ ପ୍ରାବାହିତ ହେଉିବା ଉଦନ୍ତୀ ନଦୀରେ ବହୁ ପ୍ରତୀକ୍ଷିତ ଉଦନ୍ତୀ ବ୍ୟାରେଜ ନିର୍ମାଣ ପାଇଁ ଆଶା ସଂଚାର ହୋଇଛି । ଏହି ପ୍ରସ୍ତାବିତ ବ୍ୟାରେଜ ଓ କେନାଲ ନିର୍ମାଣ ପାଇଁ ଯେଉଁସବୁ ରାଜସ୍ୱ ଓ ଗ୍ରାମର ଜମି ଅଧିଗ୍ରହଣ ଆବଶ୍ୟକତା ରହିଛି ସେହି ଗ୍ରାମମାଙ୍କରେ ପଲ୍ଲୀସଭା ଓ ଗ୍ରାମସଭା କରି ରିପୋର୍ଟ ପ୍ରଦାନ କରିବା ପାଇଁ ସିନାପାଲି ବ୍ଲକ୍ ଅଫିସ୍ରୁ ନୋଟିସ୍ ଜିରି କରାଯାଇଛି । ଏକ୍ରମରେ ସିନାପାଲି ବ୍ଲକ ପକ୍ଷରୁ ୍‌ଗୋର୍ଲା, ଖଇରପଦର, ଘଣ୍ଟିଗୁଡ଼ା, ସିଂଗଝର, କରଣବାହାଲି, କୁସୁମଜୋର, ଖର୍ସେଲ, ବରଗାଁ, ନିଲଜୀ, ଘୁଚାଗୁଡା, ଓଝାରବନ୍ଧ ପଞ୍ଚାୟତର କାର୍ଯୟ ନିର୍ବାହୀ ଅଧିକାରୀମାନଙ୍କୁ ପଲ୍ଲୀସଭା ଓଗ୍ରାମସଭା ଆୟୋଜନ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ପତ୍ର ଅନୁସାରେ ସିନାପାଲି ବ୍ଲକ୍ ଗୋର୍ଲା, କାଠିବାରି, ବୈଜଲପୁର ଓ ଶରଧାପୁର ରାଜସ୍ୱ ଗ୍ରାମର ମଧ୍ୟରେ ଉଦନ୍ତ ନଦୀରେ ଜଳଭଣ୍ଡାର ନିର୍ମାଣ କରାଜିବା ସେହିପରି ଏହି ବ୍ଲକ୍ ଅନ୍ତର୍ଗତ ଖଇରଭାଡ଼ି, ବାଦୀବାହାଲ, ସିଂଗଝର, କୋଦୋବେଡ଼ା, ଶରଧାପୁର, ଡୁଙ୍ଗରିଗୁଡ଼ା, ପେଣ୍ଡରାବନ, ଘୁଚାଗୁଡ଼ା, ଝାରବନ୍ଧ, ବ୍ରହ୍ମଣୀଗୁଡ଼ା, କରଣବାହାଲୀ, ସୋନବର୍ଷା, ଗୋର୍ଲା, ବରଗାଁ, ବୈଗାପଡା, କର୍ଲାଖମାର, ଖର୍ସେଲ, ବୋଟୋପାଲି, ନିଲଜୀ, ସାଲେକେଲା, ଓ ଆଦି ୩୧ ଟି ଗ୍ରାମ ଭିତରୁ ୨୯ଟି ଗ୍ରାମରେ ଗ୍ରାମ ସଭା ହୋଇସାରିଛି । ଅପର ପକ୍ଷରେ କଳାହାଣ୍ଡି ଜିଲ୍ଲାର ଲୋଅର ଉଦନ୍ତୀ ପ୍ରକଳ୍ପ ଯାହା ୯୩୦୦ ହେକ୍ଟର ଜମିରେ ଜଳସେଚିତ ହୋଇ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଗୋଲାମୁଣ୍ଡା ଏବଂ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକରେ ଜଳସେଚିତ ହୋଇପାରିବ । ସୂଚନା ଯୋଗ୍ୟ ଯେ ଏହି ୨ଟି ପ୍ରକଳ୍ପ କେନ୍ଦ୍ରୀୟ ଜଳ ଆୟୋଗର ବିଚାରାଧିନ ଅବସ୍ଥାରେ ୨୦୧୮ ରୁ ପତ୍ର ସଂଖ୍ୟା SE (P) KBK-୦୭/୨୦୧୮/ ୨୮୫୨ WE Dated: ୨୧.୦୭.୨୦୧୮ ଏବଂ ନଂ. CE (P) KBK-୨୬/୨୦୧୮/୨୬୩୫ WE, Dated ୦୫.୦୭.୨୦୧୮ ରେ ପଡିକି ରହିଛି । ୨୦୧୮ ରୁ ୨ଟି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟିକରଣ ଆସିପାରିନାହିଁ । ଉକ୍ତ ସ୍ମାରକପତ୍ରରେ ବିକଶିତ କଳାହାଣ୍ଡି ନୂଆପଡା ଅଧ୍ୟକ୍ଷ ଡ. ନିଆଲ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ନିବେଦନ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଉକ୍ତ ପ୍ରକଳ୍ପ ଉପରେ ଦୃଷ୍ଟି ଆକର୍ଷଣ କଲେ ନିଶ୍ଚିତ ଭାବରେ ଏହି ୨ଟି ପ୍ରକଳ୍ପ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦ୍ୱାରା ଅନୁମୋଦିତା ହୋଇପାରିବ । ଯାହା ଦ୍ୱାରା କଳାହାଣ୍ଡି, ନୂଆପଡା ଓ ବଲାଙ୍ଗିର ଜିଲ୍ଲାର ପାଖାପାଖି ୪୦ ହଜାର ଏକର ଜମିରେ ଜଳସେଚନ ସୁନିଶ୍ଚିତ କରାଯାଇପାରିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.