ରାୟଗଡ଼ା ଜିଲ୍ଲା ପୁଲିସର ଅଭିନବ ପ୍ରୟାସ

ଓଡ଼ିଆ ବାର୍ତ୍ତା/ ମୁନିଗୁଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ପୋଲିସ ବିଭାଗ ତରଫରୁ ମୁନିଗୁଡ଼ା ବ୍ଲକ ବସ୍ ଷ୍ଟାଣ୍ଡ ନିକଟରେ ଏକ ବେନର ମାରି ମାଓବାଦୀ ସଙ୍ଘଠନ ରେ ସାମିଲ ଥିବା ଭାଇ ଭଉଣୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରିବା ନିମନ୍ତେ ନିବେଦନ ସହ ଦୁଇଟି ନମ୍ବର ଯଥା ୬୩୭୦୨୦୪୦୩୨ ଓ ୮୬୫୮୪୬୫୬୫୨ ରେ ଯୋଗାଯୋଗ କରି ଆତ୍ମ ସମର୍ପଣ ଅନୁରୋଧ କରିଛନ୍ତି | ଏଥିରେ ଉଲ୍ଲେଖ ରହିଛି କି ମାଓ ସଙ୍ଘଠନ ଛାଡ଼ି ଆତ୍ମ ସମର୍ପଣ କଲେ ସଙ୍ଗେ ସଙ୍ଗେ ଥଇଥାନ ନିମନ୍ତେ ୫୦.୦୦୦ ଟଙ୍କା, ଘର ତିଆରି ପାଇଁ ଚାରି ଡ଼ିସିମିଲ ସରକାରୀ ଜମି କିମ୍ବା ୨୫.୦୦୦ ଟଙ୍କା, ଘର ତିଆରି ପାଇଁ ଇନ୍ଦିରା ଆବାସ ଯୋଜନା ର ୪୫.୦୦୦ ଟଙ୍କା, ଆତ୍ମ ସମର୍ପିତ ବ୍ୟକ୍ତି ଙ୍କ ନାମରେ ୨ ଲକ୍ଷ୍ୟ ଟଙ୍କା ୩ ବର୍ଷ ପାଇଁ ଜମା କରିବା, ବାହାଘର ନିମନ୍ତେ ନଗଦ ୨୫.୦୦୦ ଟଙ୍କା, ଆତ୍ମ ସମର୍ପଣ ପରେ ପାଠ ପଢିବାକୁ ଚାହୁଁ ଥିବା ବ୍ୟକ୍ତି ଙ୍କୁ ରହିବା ଖାଇବା ସହ ଉତ୍ତମ ଶିକ୍ଷା ଦାନ ର ବ୍ୟବସ୍ଥା, ଅସ୍ତ୍ରଶସ୍ତ୍ର ସହ ଆତ୍ମ ସମର୍ପଣ କଲେ ନଗଦ ୩୫.୦୦୦ ଟଙ୍କା ପ୍ରଦାନ, ଆତ୍ମ ସମର୍ପଣ କରିଥିବା ବ୍ୟକ୍ତିଙ୍କ ନାମରେ ଥିବା ସମସ୍ତ ମୋକଦମା ପ୍ରତ୍ୟାହାର କରିବା ଭଳି ଘୋଷଣା ମାନ ରହିଅଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.