ଧର୍ମାତ୍ମା ଦୟାନିଧି ରାୟଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ମନୋରଞ୍ଜନ ରାୟ): ଫୁଲବାଣୀ ସହର ହନୁମାନ ମନ୍ଦିର ସାହି ନିବାସୀ ଦୟାନିଧି ରାୟଙ୍କ ଦେହାବସାନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହେଉଥିଲା। ଗତ ବୁଧବାର ଦିନ ସକାଳ ୧୧.୨୦ ମିନିଟରେ ଘରେ ଜଳଖିଆ ଖାଇ ନିତିଦିନ ଭଳି ହନୁମାନ ଠାକୁରଙ୍କ ଦର୍ଶନ ପାଇଁ ଘରୁ ବାହାରିଥିଲେ। କିଛି ବାଟ ଯିବାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ଖବର ପାଇ ସ୍ଥାନୀୟ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେ ଫୁଲବାଣୀ ସହର ପୁରୁଣା ହନୁମାନ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ଥିବାବେଳେ ସେ ଜଣେ ସରକାରୀ କର୍ମଚାରୀ ଭାବେ ଅବସର ନେଇ ଫୁଲବାଣୀ ହନୁମାନ ମନ୍ଦିର ସାହିରେ ରହି ଆସୁଥିଲେ। ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିବାବେଳେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ଗରୀବ ପରିବାରକୁ ସାହାଯ୍ୟ ସହଯୋଗ ସହ ସାହିର ଅନ୍ୟ ପରିବାରର ସେବା କାର୍ଯ୍ୟରେ ନିଜକୁ ସାମିଲ କରୁଥିଲେ। ପିଲାରୁ ବୟସ୍କ ସଭିଏ ରାୟ ସାର୍ ନାମରେ ଡାକନ୍ତି ଓ ଜାଣିଥିଲେ। ତାଙ୍କର ସେବା ଓ ଧାର୍ମିକ କାର୍ଯ୍ୟ ଖାଲି ଫୁଲବାଣୀ ସହରରେ ସୀମିତ ନଥିଲା, ଜିଲ୍ଲାରେ ପ୍ରାୟ ଲୋକଙ୍କ ନିକଟରେ ସୁପରିଚିତ ଥିଲେ। ରାୟ ସାରଙ୍କ ଦେହାନ୍ତ ଖବର ପାଇଁ ଶହ ଶହ ସଂଖ୍ୟାରେ ପିଲାରୁ ଆରମ୍ଭ କରି ବୟସ୍କ, ମହିଳା/ପୁରୁଷ ଶେଷ ଦର୍ଶନ କରିଥିଲେ। କୋକେଇ ଶୋଭାଯାତ୍ରାରେ ସାହି ଓ ଅନୁଗାମୀ ଶତାଧିକ ଶୋଭାଯାତ୍ରା ଯାଇ ଫୁଲବାଣୀ ନାରାୟଣୀ ମନ୍ଦିର ଶ୍ମଶାନରେ ଶେଷକୃତ୍ୟ କରିଥଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.