କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟ ଠାରେ ଯୁବ ରେଡକ୍ରସ୍ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁଳପତି ଡ. ନିବେଦିତା ନାଥ ରେଡକ୍ରସ୍ ପତାକା ଉତ୍ତୋଳନ କରି ସେବା ମାଧ୍ୟମରେ ରେଡକ୍ରସର ମାନବୀୟ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ ବୋଲି କହିଥିଲେ। ରେଡକ୍ରସର ପ୍ରତିଷ୍ଠାତା ସାର୍ ଜିନ୍ ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ଦୀପ ପ୍ରଜ୍ବଳନ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ବିଶ୍ବବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥଙ୍କ ସଭାପତିତ୍ବରେ କରି କହିଥିଲେ ସମାଜର ସମସ୍ତ ବର୍ଗର ଲୋକଙ୍କ ପାଇଁ ସାମାଜିକ ସେବା ପହଞ୍ଚାଇବା। ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଯୋଗଦେଇ ଯୁବ ରେଡକ୍ରସ୍ର ନୀତିକୁ ପ୍ରତ୍ୟେକ ସ୍ଵେଚ୍ଛାସେବୀ ପାଳନ କରିବା ଉପରେ ଗୁରୁତ୍ବ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ଵ ବିଦ୍ୟାଳୟର କୁଳ ସଚିବ ଡ. ଗୁଣନିଧି ନାୟକ, ଉପ କୁଳସଚିବ ଡ. ମେଜର ଜୟଦେବ ସାହୁ ଯୁବ ରେଡକ୍ରସ୍ କାର୍ଯ୍ୟପନ୍ଥାକୁ ସମସ୍ତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ କରିବା ସହ ମାନବିକତାର ମହାମନ୍ତ୍ରରେ ହୃଦୟରେ ଧାରଣ କରିବାକୁ ଆହ୍ବାନ ଦେଇ କହିଥିଲେ ଆସ ଆମେ ପୁଣିଥରେ ସାମାଜିକ ପ୍ରାଣୀ ହେବା‌ ପାଇଁ ଗୁରୁତ୍ବ ଦେଇଥିଲେ। ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂପାଦକ ସଂଜୀବ କୁମାର ସାହୁ ସ୍ଵାଗତ ଅଭିଭାଷଣ ଓ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ବିଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ। ବୈଠକରେ ନିୟମିତ ରାଜ୍ୟ ଅଂଶଧନ ପୈଠ କରିବା, ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ରେଡ ରିବନ କ୍ଳବ ଖୋଲିବା, ରକ୍ତଦାନ ଶିବିର ଆୟୋଜନ, ବୃକ୍ଷ ରୋପଣ, ସଡ଼କ ସୁରକ୍ଷା ସଚେତନତା, ଏଡସ୍ ନିରାକରଣ, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ପାଇଁ ଦୁଇଟି ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର – ଚଦ୍ରିକା ଜୈନ ଡିଗ୍ରୀ, ମହାବିଦ୍ୟାଳୟ ,ବୋର୍ଡା ଓ ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟ, ଜୟପାଟଣା ଠାରେ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ସ୍ବେଛାସେବୀ ନିଶିଲଗ୍ନା ଓ ନିରୁପମା ମଞ୍ଚ ପରିଚାଳନା କରିଥିବାବେଳେ ଡ. ରଜନୀ କାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲାର ୧୧୨ ଗୋଟି ଯୁକ୍ତ ଦୁଇ ଓ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଯୁବ ରେଡକ୍ରସ୍ ପରାମର୍ଶଦାତାମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁଧିର କୁମାର ପଣ୍ଡା, ମୋହନ ଚରଣ ବିଷି, ରାଜେନ୍ଦ୍ର ପ୍ରଧାନ, ସଂଜିବ କୁମାର ଶଗଡ଼ିଆ ତଥା ବିଶ୍ବବିଦ୍ୟାଳୟ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.