ଡ଼ଡ଼ଙ୍ଗ ପ୍ରାଥମିକ ବିଦ୍ୟାଳୟଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ତୁମୁଡ଼ିବନ୍ଧ (ସରୋଜ ପ୍ରଧାନୀ): ଡ଼ଡ଼ଙ୍ଗ ପ୍ରାଥମିକ ବିଦ୍ୟାଳୟଠାରେ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଔଷଧିୟ ଗଛ ଯଥା, ଅଁଳା, ବାହାଡା, କରଞ୍ଜ, ନିମ୍ବ,ହରଡ଼ା ଭଳି ମୂଲ୍ୟବାନ ଔଷଧୀୟ ଗଛ ରୋପଣ ସହ ଏହାର ଔଷଧିୟ ଗୁଣକୁ ଉପଯୋଗ କରିବା ହିଁ ଏହାର ମୂଳ ଲକ୍ଷ୍ୟ ରହିଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୈତରଣୀ ଇନିସିଆଟିଭ ତଥା ଆନ୍ତର୍ଜାତିକ ଆୟୁର୍ବେଦିକ ଔଷଧୀୟ କମ୍ପାନୀ ଦ୍ୱାରା ଏହି ବନମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ଅନ୍ୟ ବିଦ୍ୟାଳୟ ଗୁଡିକରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବୈତରଣୀ ଇନିସିଏଟିଭର ରାଜ୍ୟ ସଂଯୋଜକ ଦୀପକ କୁମାର ମିଶ୍ର, ନର୍ସରୀ ମ୍ୟାନେଜର ଅକ୍ଷୟ କୁମାରୁ ସାମଲ, ବନସଂରକ୍ଷଣ ସଦସ୍ୟ ପ୍ରଭାକର ପ୍ରଧାନ, ପୂର୍ଣଚନ୍ଦ୍ର ବେହେରା, ସ୍ୱପ୍ନା ରାଣୀ ପାତ୍ର ବନ ସରକ୍ଷଣ ସଦସ୍ୟ, ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.