ପାକେଲପଡ଼ା ବିନାୟକ ୟୁଥ କ୍ଲବ ତରଫରୁ ମା’ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ.ରାମପୁର ବ୍ଲକ ଅଧିନସ୍ଥ ମୁଣିଂ ଗ୍ରାମ ପଂଚାୟତର ପାକେଲପଡ଼ା ବିନାୟକ ଯୁଥ କ୍ଲବ ତରଫରୁ ମା’ଙ୍କ ନାମରେ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ମେରା ଯୁବା ଭାରତ କଳାହାଣ୍ଡି ଶାଖା ନେତୃତ୍ବରେ ପାକେଲପଡ଼ା ପାଣି ଟାଙ୍କି ପଡ଼ିଆରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର, ସମ୍ମାନୀତ ଅତିଥି ଭାବରେ ଶଙ୍କର ପ୍ରସାଦ ରଥ, ଦେବେନ୍ଦ୍ର ଗହୀର, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ସ୍ବେଚ୍ଛାସେବୀ ଯୁଗଲ କିଶୋର ଭୋଇ, ଯାଜ୍ଞସେନ ଗହୀର ପ୍ରମୁଖ ଯୋଗଦାନ କରି ବୃକ୍ଷ ରୋପଣର ମହତ୍ତ୍ଵ ଏବଂ ପରିବେଶ ସୁରକ୍ଷା ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ବିନାୟକ ବ୍ଲବର ସଭାପତି ଯଶୋବନ୍ତ ଗହୀର ଓ ସମ୍ପାଦକ ଲକ୍ଷପତି ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଘର ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.