ପରିବା ଦର ଆକାଶଛୁଆଁ, ଚିନ୍ତାରେ ଖାଉଟି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ଏପଟେ ପରିବା ଦର ଆକାଶ ଛୁଇଁଛି। ସବୁ ପରିବା ଦର କିଲୋଗ୍ରାମ ପିଛା ୮୦-୧୦୦ ଟଙ୍କା ଉପରେ। କେଉଁ ପରିବା ଦର ୫୦ ତଳକୁ ନାହିଁ। ଏଥିସହ ଖୁଚୁରା ବ୍ୟବସାୟୀ ପରିବାକୁ ଚଢାଦରରେ ବିକ୍ରି କରୁଛନ୍ତି। ବର୍ତ୍ତମାନ ଶ୍ରବଣ ମାସ ଚାଲିଛି। ସୋମବାରରେ ପରିବାରେ ହାତ ମାରିପାରୁନାହାନ୍ତି ଗ୍ରାହକ। ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଖୁଚୁରା ବ୍ୟବସାୟୀ ବାଇଗଣ କିଲୋଗ୍ରାମ ପିଛା ୧୦୦ ଟଙ୍କା, ପୋଟଳ ୧୨୦, ବିଲାତି ୫୦ ଟଙ୍କା, ଭେଣ୍ଡି ୮୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହିପରି କ୍ୟାପସିକମ, କଲରା, ମଟର, ଝୁଣୁଙ୍ଗ, କାଙ୍କଡ଼ ଦର ୮୦ ଟଙ୍କାରେ ପହଞ୍ଚିଛି। ଫୁଲକୋବି ୧୦୦ ଟଙ୍କାରେ ବିକ୍ରି ହେଉଛି। ଏଥିସହ ପିଆଜ ଦର କିଲୋଗ୍ରାମ ପିଛା ୩୫ ଟଙ୍କା ଏବଂ ଆଳୁ କିଲୋ ୨୫ ଟଙ୍କାରେ ପହଞ୍ଚିଛି। ଅଦା ୧୨୦ ଏବଂ ରଶୁଣ ୧୬୦, କଞ୍ଚା ଲଙ୍କା ୧୬୦ ଏବଂ ଧନିଆ ୪୦୦ ଟଙ୍କାରେ କିଣୁଛନ୍ତି ଲୋକେ। ତେବେ ଲଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟ ହେଇଯାଉଛି। ବର୍ତ୍ତମାନ କିଛି ଦିନ ଏପରି ଦରଦାମ ରହିବ ବୋଲି କୁହାଯାଉଛି। ଫଳରେ ଖାଉଟି ଚିନ୍ତାରେ ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.