ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ଜବରଦଖଲ: ତହସିଲଦାରଙ୍କ ପଦକ୍ଷେପକୁ ପ୍ରଶଂସା କଲେ ବସ୍ତି ବାସିନ୍ଦା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଅନେକ ଦିନ ହେଲା କୋକସରା ବ୍ଲକ କାଉଡୋଲା ମା’ ଠାକୁରାଣୀ ମନ୍ଦିର ଦେଇ ଯାଇଥିବା ଗ୍ରାମ୍ୟ ରାସ୍ତାର ଶେଷ ମୁଣ୍ଡର କିଛି ଜାଗାକୁ ଗ୍ରାମର ଜଣେ ବ୍ୟକ୍ତି କବ୍ଜା କରିଥିଲେ। ଅଭିଯୋଗ ପରେ ବୁଧବାର କୋକସରା ତହସିଲଦାରଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି। ସୂଚନା ଅନୁସାରେ, ଗ୍ରାମର ଜଣେ ବ୍ୟକ୍ତି ଉକ୍ତ ରାସ୍ତାର ଶେଷ ମୁଣ୍ଡର କିଛି ଜାଗାକୁ ନିଜ ଅକ୍ତିଆରେ ରଖି ଜାଲି (ନେଟ୍) ବାନ୍ଧି ଅବରୋଧ କରିଥିଲେ। ଫଳରେ ଉକ୍ତ ବସ୍ତିର ଲୋକେ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏନେଇ ସାହି ବାସୀନ୍ଦାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସାମାଜିକ କର୍ମୀ ତଥା ବରିଷ୍ଠ ସାମ୍ବାଦିକ ଚକ୍ରଧର ବେଶ୍ରା ଦିର୍ଘ ଦିନ ହେଲା କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରି ଆସୁଥିଲେ। ଏନେଇ ବୁଧବାର କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗଙ୍କ ଉପସ୍ଥିତିରେ ଆମପଣି ଥାନା ଅଧିକାରୀ ଜେ.ପି ହୋତା, ରାଜସ୍ୱ ନିରୀକ୍ଷକ କୃଷ୍ଣଚନ୍ଦ୍ର ଭୋଇ ପହଞ୍ଚି ପୁଣି ଥରେ ରାସ୍ତାକୁ ସମସ୍ତଙ୍କ ଉପସ୍ଥିତିରେ ମାପାଯାଇ ଜାଗା ଚିହ୍ନଟ ପରେ ରାସ୍ତାରେ ଟାଙ୍ଗିଥିବା ନେଟକୁ ହଟାଇ ଦିଆଯାଇଛି। ଏବଂ ସମ୍ପୃକ୍ତ ରାସ୍ତା କବ୍ଜା କାରୀ ବ୍ୟକ୍ତିଙ୍କୁ ଆଗାମୀ ଦିନରେ ରାସ୍ତା ଅବରୋଧ କିମ୍ବା ରାସ୍ତାରେ ଚାଲିବା ପାଇଁ କାହାକୁ ମନା ନକରିବା ପାଇଁ ଚେତାବନୀ ଦେଇଛନ୍ତି। ଅନ୍ୟପଟେ କୋକସରା ତହସିଲଦାର ପ୍ରୟାସକୁ ବସ୍ତିବାସିନ୍ଦା ବେଶ୍ ପ୍ରଶଂସା କରଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.