କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁଏଏସ ବିରୋଧରେ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ୍ କୁମାର ନାଗ): କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରଚଳନ କରାଯାଉଥିବା ଏକକ ଶିକ୍ଷାଗତ ମୂଲ୍ୟାୟନ (ୟୁଏଏସ) ବିରୋଧରେ ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଦାବିପତ୍ର ସଂଘର ସଭାପତି ସୁରେନ୍ଦ୍ର ଦୋରା ଏବଂ ସାଧାରଣ ସମ୍ପାଦକ ତପନ କୁମାର ଦାଶଙ୍କ ନେତୃତ୍ୱରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

ସାରା ରାଜ୍ୟରେ ଏହି ଦାବିପତ୍ର ପ୍ରତ୍ୟେକ ଜିଲ୍ଲା ଏବଂ ୩୧୪ଟି ବ୍ଲକ ସ୍ତରରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପ୍ରଦାନ କରାଯାଇଛି। 

ସଂଘ ଅନୁସାରେ, ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇପାରେ, କିନ୍ତୁ ଏହା କେବଳ ତାହା ପରେ ସମ୍ଭବ ଯେତେବେଳେ ସରକାର ପ୍ରତ୍ୟେକ ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି, ଛାତ୍ର-ଶିକ୍ଷକ ଅନୁପାତ ଅନୁଯାୟୀ ପର୍ଯ୍ୟାପ୍ତ ଶିକ୍ଷକ ନିଯୁକ୍ତି, କେନ୍ଦ୍ରୀୟ ସ୍ତରରେ ଦରମା ପ୍ରଦାନ, ଶିକ୍ଷକଙ୍କ ପାଇଁ ମୋବାଇଲ ଓ ଇନ୍ଟରନେଟ ପ୍ୟାକ ଆଦି ସୁବିଧା ଯୋଗାଇ ଦେବେ। 

ସଂଘର ସଭାପତି କହିଛନ୍ତି ଯେ, ଯଦି ଏହି ସୁବିଧା ନ ମିଳେ ଏବଂ ସରକାର ଶିକ୍ଷକଙ୍କ ଉପରେ ଅତିରିକ୍ତ ଚାପ ପକାଏ, ତେବେ ଏହା ଆଗାମୀ ଦିନରେ ଆନ୍ଦୋଳନର ରୂପ ନେଇପାରେ।

ଏହି କାର୍ଯ୍ୟକ୍ରମରେ କେସିଙ୍ଗାର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥାଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.