୪ ଦିନ ହେଲା ବୃଦ୍ଧ ନିଖୋଜ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ଜଣେ ବୃଦ୍ଧଙ୍କ ଗତ ୩୦ ତାରିଖରେ ନିଖୋଜ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ବୃଦ୍ଧ ଜଣଙ୍କ ୪ ଦିନ ହେଲା ଘରକୁ ନଫେରିବା ଯୋଗୁଁ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପୋଲିସ ତାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥ ପୁର ଥାନା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ କାଣ୍ଡାମ ଗ୍ରାମର ରଘୁ ପାତ୍ର(୬୦) ଗତ ୩୦ ତାରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ କୌଣସି କାରଣରୁ ନିକଟସ୍ଥ ବଣ୍ଡେଲ ଗ୍ରାମକୁ ଯାଉଛି ବୋଲି ପରିବାର ଲୋକଙ୍କୁ କହି ଘରୁ ବାହାରିଥିଲେ। କିନ୍ତୁ ସେଦିନ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଆରଦିନ ସକାଳେ ଆଖପାଖ ଗାଁରେ ଖୋଜଖୋଜି କରି ନିଜ ସମ୍ପର୍କୀୟ ମାନଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ବୃଦ୍ଧାଙ୍କ କୌଣସି ସନ୍ଦାନ ନଥିଲା। ଏଣୁ ୩୧ ତାରିଖରେ ନିଖୋଜ ବୃଦ୍ଧଙ୍କ ପୁଅ ମୁରଲୀ ପାତ୍ର ବିଶ୍ୱନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଶ୍ୱନାଥ ଥାନା ଅଧିକାରୀ ତୁଳସୀରାମଶବର ଙ୍କ ନେତୃତ୍ୱରେ ପୋଲିସ ଟିମ କାଣ୍ଡାମା ଗାଁକୁ ଯାଇ ତଦନ୍ତ କରି ଆଖପାଖ ଅଞ୍ଚଳରେ ପୋଲିସ ପକ୍ଷରୁ ଖୋଜାଖୋଜି ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ବୃଦ୍ଧ ବାପା ୪ ଦିନ ହେଲା ଘରକୁ ନଫେରିବା ଯୋଗୁଁ ପୁଅ ମୋ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଆଜି କାଣ୍ଡାମା ଗ୍ରାମର କିଛି ଲୋକଙ୍କୁ ଥାନାରେ ଡାକି ପଚରାଉଚରା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ବିଶ୍ୱନାଥପୁର ଥାନା ଅଧିକାରୀ ତୁଳସୀରାମ ଶବରଙ୍କୁ ପଚାରିବାରୁ ବୃଦ୍ଧଙ୍କ ନିଖୋଜ ନେଇ ଅଭିଯୋଗ ପରେ ଆମେ କାଣ୍ଡାମା ଗାଁକୁ ଯାଇ ଘଟଣାର ତଦନ୍ତ କରି ଆମ ପୋଲିସ ପକ୍ଷରୁ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରୁଛୁ। ବୃଦ୍ଧଙ୍କ ପୁଅ ବାପାଙ୍କୁ ହତ୍ୟା କରିଥିବା ସନ୍ଦେହ କରି ଅଭିଯୋଗ କରିଥିବା ଯୋଗୁଁ ଗ୍ରାମର କିଛି ଲୋକଙ୍କୁ ଡାକି ପଚରାଉଚରା କରି ଆମ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.