ଓଏସଇଏଫଡ଼ି ସଂଘ ମୟୂରଭଞ୍ଜ ଜିଲ୍ଲା ଶାଖାର ସମ୍ପାଦକ ଜନ୍ମେଜୟ ମହନ୍ତଙ୍କ ବିୟୋଗରେ ଶୋକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ମୟୂରଭଞ୍ଜ ଜିଲ୍ଲା ସଂପାଦକ ଜନ୍ମେଜୟ ମହନ୍ତଙ୍କ ଅକାଳ ବିୟୋଗ ହୋଇଛି।ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ‌ ସମାଜରେ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ଦିଗରେ ସେ ସର୍ବଦା ଅଗ୍ରସର ଥିବା ସହ ସମାଜସେବା କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ ରଖୁଥିଲେ। ତାଙ୍କ ବିୟୋଗରେ ଓଏସଇଏଫଡ଼ି ସଂଘର ସଭାପତି ସୂର୍ଯ୍ୟକାନ୍ତ ବେହେରା, ସଂପାଦକ ଆୟୁଷ୍ମାନ ଚୌଧୁରୀ, ଉପସଭାପତି ବିଶ୍ବବିଜୟୀ ଦାଶ, କୋଷାଧ୍ୟକ୍ଷ ଅଭିଷେକ ଆଚ଼ାର୍ଯ୍ୟ, ଯୁଗ୍ମ ସମ୍ପାଦିକା ଆର୍ଷୀ ଉପାସନା କର, ଉପଦେଷ୍ଟା ଜୀବନ କୁମାର ବେହେରା, ମୟୁରଭଞ୍ଜ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାପସ ମଣ୍ଡଳ, ତୃପ୍ତିମୟୀ ପ୍ରଧାନ, ହିତେଶ କୁମାର ମହନ୍ତଙ୍କ ସମେତ ଅନେକ ସଦସ୍ୟ ଶୋକବାର୍ତ୍ତା ମାଧ୍ୟମରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ତତସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ସମୟରେ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.